ଓଡ଼ିଆ ସାହିତ୍ୟ ସ°ସଦ ପକ୍ଷରୁ ଆଭାସୀ କବିତା ପଠୋତ୍ସବ ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟା ଘ ୬. ୩୦ ମି. ସମୟରେ ଓଡ଼ିଆ ସାହିତ୍ୟ ସ°ସଦ (ଗାଙ୍ଗନାପୁର, ଗଞ୍ଜାମ) ତରଫରୁ ଏକ ଆଭାସୀ କବିତା ପଠୋତ୍ସବର ଆୟୋଜନ କରା ଯାଇଥିଲା । ସର୍ବ ପ୍ରଥମେ ଅନୁଷ୍ଠାନର ନୀରିକ୍ଷକ କବିସୌରଭ କୈଳାଶ ଚନ୍ଦ୍ର ବେହେରା ବ୍ରହ୍ମ ନାଦ ଓ ଶାନ୍ତି ପାଠ କରି କବିତା ପାଠୋତ୍ସବକୁ ଉନ୍ମୋଚନ କରିଥିଲେ । ଏହାପରେ ମୁଖ୍ୟ ସମ୍ପାଦକ ଦୀପକ କୁମାର ନାୟକ ସମ୍ୟକ୍ ସୂଚନା ଦେଇଥିଲେ ଓ ସଭାପତି ନଳିନୀ ପ୍ରଭା ଶତପଥୀ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ପରମା ନାଏକ ଏବ° ପରିଚାଳନା ସମ୍ପାଦିକା ଶାଶ୍ବତୀ ନନ୍ଦ କବିତା ସ°ଯୋଜନା ଓ ସମୀକ୍ଷା କରିଥିଲେ । ପ୍ରାୟ ୨୫ ଜଣ କବି / କବୟିତ୍ରୀ ଏଥିରେ ଅ°ଶଗ୍ରହଣ କରିଥିଲେ । ଶେଷରେ ନୀରିକ୍ଷକ କବିସୌରଭ କୈଳାଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ଶେଷରେ ପ୍ରତିଷ୍ଠାତା ଓ ସମ୍ପାଦକ ଚିତ୍ରସେନ ମହାରଣା କବିତା ପାଠୋତ୍ସବର ସମାପ୍ତି ଘୋଷଣା କରିଥିଲେ ।

powered by social2s