ଭୁବନେଶ୍ୱର: ଦୟାନଦୀରେ ବୁଡ଼ି ନିଖୋଜ ହୋଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୁଭମଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଘଟଣାସ୍ଥଳର ୬ କିମି ଦୂର ଗଙ୍ଗେଶ୍ବରପୁରରୁ ମୃତଦେହ ଠାବ ହୋଇଛି। ଗତକାଲି ୪ ଜଣ ଗାଧୋଇବା ବେଳେ ୨ଜଣ ଭାସିଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବହୁ ଖୋଜାଖୋଜି ପରେ ଆଜି ସକାଳୁ ସୁଭମଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧଉଥିବା ବେଳେ ଘଟିଥିଲା ଅଘଟଣ।
powered by social2s

