ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ୧୫ ଦିନ ପରେ ଆଜି କାର୍ଯ୍ୟରେ ଯୋଗ ଦେଲେ ଅମଲା କର୍ମଚାରୀ। ସ୍ଥଗିତ ରହିଲା ଓଡ଼ିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ । ସ୍ବାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଓଡ଼ିଶା ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ। ଗତକାଲି ମୁଖ୍ୟ ସଚିବଙ୍କ ସହ ୧୦ ଦଫା ଦାବି ନେଇ ଆଲୋଚନା କରିଥିଲା ସଂଘ। ଦାବି ପୂରଣ ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଆଯାଇଛି ନିଷ୍ପତ୍ତି। ଏହା ବ୍ୟତୀତ ବନ୍ୟା ସ୍ଥିତି ଓ ପର୍ବଣକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି।

powered by social2s