ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ସ୍ଥାନୀୟ ରାମଚନ୍ଦ୍ରପୁର ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଜଟଣୀ ଅଧିବକ୍ତା ପରିବାର ପକ୍ଷରୁ ଗୁରୁ ପୂଜନ ଦିବସ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଜଟଣୀର ବହୁ ବରିଷ୍ଠ ଅଧିବକ୍ତାଙ୍କୁ ଏହି ଦିବସରେ ଗୁରୁ ପୂଜନ କରିବା ସହିତ ପାରମ୍ପରିକ ରୀତି ଅନୁସାରେ ଫୁଲ,ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତି କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ପରିବାରର ଯୁବ ଅଧିଵକ୍ତାମାନେ ବରିଷ୍ଠ ଅଧିବକ୍ତା ମାନଙ୍କୁ ଶ୍ରଦ୍ଧାର ସହିତ ପୂଜନ କରିଥିଲେ I ବରିଷ୍ଠ ଅଧିବକ୍ତା ରବି ନାରାୟଣ ସାମନ୍ତରାୟ,ଅବନୀ ରାଉତରାୟ, ଶୈଳେନ୍ଦ୍ର ପଟ୍ଟନାୟକ,ବୀରେନ୍ଦ୍ର ପଟ୍ଟନାୟକ,କୈଳାଶ ଶର୍ମା,ଅକ୍ଷୟ କୁମାର ସାହୁ,ସଂଜୀବ ଦାସ ପ୍ରମୁଖଙ୍କୁ ଏହି ଅବସରରେ ଗୁରୁ ପୂଜନ ହୋଇଥିଲେ I ଏହି କାର୍ଯ୍ୟକ୍ରମକୁ ଜଟଣୀ ଅଧିବକ୍ତା ପରିବାରର ଆବାହକ ରଶ୍ମି ରଞ୍ଜନ ମହାନ୍ତି ଙ୍କ ତତ୍ୱାବଧାନ ରେ ସମ୍ପାଦିତ ହୋଇଥିବା ବେଳେ ପରିବାରର ସଦସ୍ୟ ଅଧିବକ୍ତା ପୂର୍ବତନ ଜଟଣୀ ବାର ସଭାପତି ଶରତ ଚନ୍ଦ୍ର ପାଇକରାୟ,ବାଉରୀ ବନ୍ଧୁ ସାହୁ,ଶିବ ପ୍ରସାଦ ରଥ,ଦେବବ୍ରତ ପାଢ଼ୀ,ଅକ୍ଷ୍ୟାଂଶୁ ଶେଖର ନାୟକ,ବିଜୟ ମହାପାତ୍ର,କାଶୀନାଥ ପ୍ରଧାନ,ଅରୁଣ କୁମାର ସାହୁ,ରବି ପଣ୍ଡା,ପ୍ରକାଶ ଜେନା,ସୁଚିତ୍ର ସାହୁ,ଦିପ୍ତିମୟୀ ବଳ, ତୁମୁଡୁ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I
ଅଧିବକ୍ତା ପରିବାର ପକ୍ଷରୁ ଗୁରୁ ପୂଜନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

