ଭୁବନେଶ୍ୱରରେ ଦୁଇଟି ଜଳ ସେବା ଶିବିର ଉଦଘାଟିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଆଉ ଦୁଇଟି ଜଳ ସେବା ଶିବିର ଉଦଘାଟନ ହୋଇଯାଇଛି l ଅଟୋ ମହାସଂଘ ଓ ମହାନଗର ନିଗମ ସହଭାଗିଦାରୀରେ ମାର୍କେଟ ବିଲଡିଂ ଅଟୋ ସଙ୍ଘ ୟୁନିଟ 2 ଓ ସର୍ବ ମା ମଙ୍ଗଳା ଅଟୋ ସଙ୍ଘ ସତ୍ୟନଗର ବିଗ ବଜ଼ାର ପାଖରେ ଦୁଇଟି ଜଳ ସେବା ଶିବିର ଶୁଭ ଉଦଘାଟନ ଅବସରରେ ଅଟୋ ମହାସଂଘ ସାଧାରଣ ସମ୍ପାଦକ ପଦ୍ମନ ସାମଲ ସଙ୍ଘର କର୍ମକର୍ତା ଅମିତ, ବାବୁଲି, ପ୍ରକାଶ, ଲାରl, ଯତୀନ, ବୈକୁଣ୍ଠ ଓ ସମସ୍ତ ଅଟୋସଙ୍ଘ ସଦସ୍ୟମାନେ ଉପସ୍ଥିତ ରହି ପଥିକମାନଙ୍କୁ ପାନୀୟ ଜଳ, ଦହି ଲେମ୍ବୁ ସର୍ବତ ବଣ୍ଟନ କରିଥିଲେ l ଚଳିତ ବର୍ଷ ଭୁବନେଶ୍ୱର ଅଟୋ ମହାସଂଘ 11ଗୋଟି ସ୍ଥାନରେ ଜଳସେବା ଖୋଲି ପଥିକମାନଙ୍କ ଜଳ କଷ୍ଟ ଦୂର କରିବାକୁ ପ୍ରୟାସ ଜାରି ରଖିଛି l ତାତି ବଢିବା ସାଙ୍ଗକୁ ଆଉ ଅଧିକରୁ ଅଧିକ ଜଳ ସେବା ଖୋଲିବା ପାଇଁ ଉଦ୍ୟମ ଜାରି ରଖିଛି l କୋଭିଡ କଟକଣା ସହିତ ସଙ୍ଘର ଆର୍ଥିକ ସ୍ଥିତି ଭଲ ନଥିବାରୁ ଜଳ ସେବା ଶିବିର ଖୋଲିବା ପାଇଁ ସ୍ବେଛାସେବୀ ଅନୁଷ୍ଠାନମାନ ଆଗ୍ରହ ପ୍ରକାଶ କରୁନାହାନ୍ତି l ଭୁବନେଶ୍ୱର ମହାନଗର ନିଗମ ତରଫରୁ ସହାୟତା ଓ ସହଯୋଗ ପାଇଁ ସେଭଳି କିଛି ପଦକ୍ଷେପ ମଧ୍ୟ ନିଆଯାଉ ନାହିଁ lସ୍ୱତନ୍ତ୍ର  ଭାବେ ପଶୁ ପକ୍ଷୀ ବୁଲା ଯିବ ଜନ୍ତୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ବ୍ୟବସ୍ଥା କରିବା ପାଇଁ ଆମ୍ଭର ପ୍ରୟାସ ଜାରି ରହିବ l କୋଭିଡ ଗାଇଡଲାଇନ ମାନି ପାନୀୟ ଜଳ ବଣ୍ଟନ ଓ ଅଂଶୁଘାତ ସଚେତନତା ବାର୍ତା ଫ୍ଲେକ୍ସ  ପୋଷ୍ଟର ମାଧ୍ୟମରେ ଆମ୍ଭେ ଯଥା ସମ୍ଭବ ସଚେତନ କରିବାକୁ ଆମ୍ଭର ପ୍ରୟାସ ଜାରି ରଖିଛୁ ବୋଲି ଆୟୋଜକ ସୂଚନା ଦେଇଛନ୍ତି।

 

powered by social2s