ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆଗାମୀ ୭ ଦିନ ଯାଏ ବନ୍ଦ ରହିବ ବୋଲି ସୂଚନା ମିଳିଛି। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। କାଲିଠୁ ୨୧ ତାରିଖ ଯାଏ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। କେବଳ ରୀତିନୀତି ଅନୁଯାୟୀ ପୂଜାପାଠ ଜାରି ରହିବ। ବନ୍ଦ ସମୟରେ ସାନିଟାଇଜ କରାଯିବ ଧର୍ମାନୁଷ୍ଠାନ। ପାର୍କ, ଖେଳପଡିଆ, ସମୂଦ୍ର କୂଳ ଓ ହ୍ରଦ ମଧ୍ୟ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି। ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଇଁ ଯାତ୍ରାକୁ ନ ଯିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି।
powered by social2s

