ବାଲିଅନ୍ତା: ‘ଜୀବେ ଦୟା, ସେବା ହିଁ ପରମ ଧର୍ମ’ । ଏହି ପଥକୁ ଆପଣେଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ଗ୍ରାମର ଯୁବପିଢ଼ି। ଏମାନେ ଟଙ୍କପାଣି ବ୍ରିଜ ଠାରୁ ବାଲିଅନ୍ତା ବଜାର ପର୍ଯ୍ୟନ୍ତ ରାସ୍ତାରେ ଥିବା ୬୦ରୁ ୭୦ ଗାଈ, ଷଣ୍ଢ, କୁକୁରମାନଙ୍କୁ ରନ୍ଧା ଖାଦ୍ୟ ଦେବା ସହ ରେଡିୟମ ବେଲ୍ଟ ମଧ୍ୟ ବାନ୍ଧନ୍ତି । ଫଳରେ ଅନ୍ଧାରରେ ଶୋଇଥିବା ଗାଈଗୋରୁ ଗାଡ଼ି ଦୁର୍ଘଟଣାରାରୁ ବଞ୍ଚିଯାଆନ୍ତି। ଏହି ପ୍ରକ୍ରିୟାକୁ ଗ୍ରାମର ହାଡିବନ୍ଧୁ ସାହୁ, ରଘୁନାଥ ସାହୁ, ରାକେଶ ସାହୁ, କୁନା ସାହୁ, ସୁଶୀଲ ମହାନ୍ତି, ବିକ୍ରମ ମହାନ୍ତି, ତୁଷାର ସାହୁ, ମାନସ ସାହୁ, ସୁକାନ୍ତ ସାହୁ ପ୍ରମୁଖ କିଛି ଦିନ ହେବ ରାତି ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ଗୋସୁରକ୍ଷା କାର୍ଯ୍ୟରେ ଲାଗିଥାନ୍ତି। ଏହି କାର୍ଯ୍ୟ ପାଇଁ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଆଉ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କରିଥାନ୍ତି | ଆଗକୁ ସେମାନେ ଗୋଶାଳା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
powered by social2s

