ଭୁବନେଶ୍ୱର ମ୍ୟୁଜିକ ସର୍କଲର ବାର୍ଷିକ ସଙ୍ଗୀତ ମହୋତ୍ସବ ‘ରାଗୋତ୍ସବ’ର ଉଦ୍‌ଯାପନୀ ସଂନ୍ଧ୍ୟାରେ ହିନ୍ଦୁସ୍ତାନୀ ସିତାର ଓ ହିନ୍ଦୁସ୍ତାନୀ ଭୋକାଲ ରେସିଟାଲ ପରିବେଷଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ଵର ମ୍ୟୁଜିକ ସର୍କଲର ବାର୍ଷିକ ସଙ୍ଗୀତ ମହୋତ୍ସବ ରାଗୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ହିନ୍ଦୁସ୍ତାନୀ ସୀତାର ଓ ହିନ୍ଦୁସ୍ତାନୀ ଭୋକାଲ ରେସିଟାଲ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି। କାର୍ଯ୍ୟକ୍ରମର ଅନ୍ତୀମ ସନ୍ଧ୍ୟାରେ ୨ଟି ଉପସ୍ଥାପନା ରହିଥିଲା । ପ୍ରଥମ ଉପସ୍ଥାପନାରେ ପଣ୍ଡିତ ରବିଶଙ୍କର ପ୍ରଧାନ ଏବଂ ବୁଦ୍ଧାଦିତ୍ୟ ପ୍ରଧାନଙ୍କ ଦ୍ୱାରା ହିନ୍ଦୁସ୍ତାନୀ ସିତାରର ଯୁଗଳ ଉପସ୍ଥାପନ କରାଯାଇଥିଲା ଏବଂ ତାଙ୍କୁ କୂଳମଣୀ ସାହୁ “ତାବଲା”ରେ ସହଯୋଗ କରିଥିଲେ। ଦ୍ବିତୀୟ ଉପସ୍ଥାପନାରେ ଡଃ. ଭିଲିନା ପାତ୍ରଙ୍କ ଦ୍ୱାରା ହିନ୍ଦୁସ୍ତାନୀ ଭୋକାଲ ପରିବେଷଣ କରାଯାଇଥିଲା। ଏଥିରେ ତାଙ୍କୁ ଭିମସେନ ପରିଡା “ତାବଲା”ରେ, ଅଥର୍ବ କୁଲକର୍ଣି ହାରମୋନିୟମ୍‌ରେ, ଶରନ୍ୟା ମିଶ୍ର ତାନପୁରାରେ ଏବଂ ଶିଳ୍ପା ମୁଦ୍ରା ଜଗଦେବ ତାନପୁରାରେ ସହଯୋଗ କରିଥିଲେ। ରବିଶଙ୍କର ପ୍ରଧାନ ତାଙ୍କ ପିତା ତଥା ଗୁରୁ ପଣ୍ଡିତ ବିଷ୍ଣୁ ମୋହନ ପ୍ରଧାନଙ୍କ ମାର୍ଗଦର୍ଶନରେ ବହୁତ କମ୍ ବୟସରେ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ସେ ପାରମ୍ପରିକ ଗୁରୁ ଶିଷ୍ୟ ପରମ୍ପରାକୁ ଅନୁସରଣ କରି ଇମଦାଦଖାନୀ ଘରାନାର ପଣ୍ଡିତ ବିମଳେନ୍ଦୁ ମୁର୍ଖାଜୀଙ୍କ ମାର୍ଗଦର୍ଶନରେ ତାଙ୍କ ଦକ୍ଷତାକୁ ଆହୁରି ବୃଦ୍ଧି କରିଥିଲେ। ରବିଶଙ୍କର ତାଙ୍କ ପିଢୀର ସବୁଠାରୁ ପ୍ରତିଭାବାନ୍ ଏବଂ ବହୁମୁଖୀ ସିତାର ବାଦକ ଭାବେ ପରିଚିତ। ଯିଏ ଇମଦାଦଖାନ ଘରାନାର ପ୍ରସିଦ୍ଧ ପରମ୍ପରା ଓ ଶୈଳୀକୁ ପତିନିଧୂତ୍ବ କରୁଛନ୍ତି । ସେ ସୀତାର ବାଦନରେ ଭଣେ ଏ ଗ୍ରେଡ୍ କଳାକାର ଏବଂ ସଂଗୀତଜ୍ଞ। ସେ ବିଦେଶ ତଥା ଭାରତରେ ଆକାଶବାଣୀ ଓ ଅନ୍ୟାନ୍ୟ ଅନେକ ମଞ୍ଚରେ ପ୍ରଦର୍ଶନ କରିଛନ୍ତି। ସେ ଓଡିଶା ସଂଗୀତ ନାଟକ ଏକାଡେମୀ ସହିତ ଅନେକ ପୁରସ୍କାର ପ୍ରାପ୍ତ କରିଛନ୍ତି। ବୁଦ୍ଧାଦିତ୍ୟ ପ୍ରଧାନ ରବିଶଙ୍କର ପ୍ରଧାନଙ୍କ ପୁତ୍ର ଏବଂ ଶିଷ୍ୟ ଅଟନ୍ତି । ସେ ବାରାଣାସୀର ବିଏଚ୍‌ୟୁରୁ କଳା (ସୀତାର) ରେ ମାଷ୍ଟର ପ୍ରୋଗ୍ରାମ୍ ସମାପ୍ତ କରିଛନ୍ତି ଏବଂ ଅଧୁନା ସେହି ବିଶ୍ଵବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି । ଏହି ସମୟରେ ସେ ପ୍ରସିଦ୍ଧ ସୀତାର ବାଦକ ଇମଦାଦଖାନ ଘରାନାର ଉସ୍ତାଦ ଶୁଜାତ ହୁସେନ୍ ଖାନ୍‌ଙ୍କ ଠାରୁ ତାଲିମ ନେଉଛନ୍ତି । ବୁଦ୍ଧାଦିତ୍ୟ ଆକାଶବାଣୀ ଓ ଦୂରଦର୍ଶନର ଜଣେ ବି ଗ୍ରେଡ୍ କଳାକାର ଅଟନ୍ତି। ଡଃ.ଭିଲିନା ପାତ୍ର ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଯିଏ ଭାରତର ସମୃଦ୍ଧ ସଂଗୀତ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗୀକୃତା। ସେ ଗତ ୨୦ ବର୍ଷ ଧରି ଶ୍ୟାମା ପ୍ରସାଦ ନିଯୋଗୀଙ୍କଠାରୁ ଆରମ୍ଭ କରି ପ୍ରସିଦ୍ଧ ଗୁରୁମାନଙ୍କ ଠାରୁ ତାଲିମ ନେଇଛନ୍ତି। ପରେ ସେ ଡଃ. ରାମ ଶଙ୍କର ସିଂହ (ରାମ ରଙ୍ଗ ପରମ୍ପରା) ଙ୍କ ଠାରୁ ୯ ବର୍ଷ ଧରି ତାଲିମ ନେବା ସହ ପଣ୍ଡିତ ଅଭୟାଙ୍କର ( ପ୍ରସିଦ୍ଧ ଶାସ୍ତ୍ରୀୟ ସଂଜ୍ଞୀତଜ୍ଞ) ଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି । ଭିଲିନା ଅଦ୍ଧ ଶାସ୍ତ୍ରୀୟ ଏବଂ ଭକ୍ତି ସଂଗୀତରେ ପାରଙ୍ଗମତା ହାସଲ କରିଛନ୍ତି । ଭିଲିନା ପୁନେରେ ଏସ୍ଏନ୍‌ଡିଟି ବିଶ୍ଵବିଦ୍ୟାଳୟରୁ ସଂଗୀତରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି। ସେ ବାରାଣାସୀର ବିଏଚ୍‌ୟୁରେ କରିଥିବା ମାଷ୍ଟର ଏବଂ ସ୍ନାତକ କାର୍ଯ୍ୟକ୍ରମରେ ସ୍ଵର୍ଣ୍ଣପଦକ ବିଜେତା ଅଟନ୍ତି । ସେ ଆକାଶବାଣୀର ଜଣେ ଗ୍ରେଡେଡ୍ କଳାକାର। ସେ ଗନ୍ଧର୍ବ ମହାବିଦ୍ୟାଳୟରୁ ଯୁବ ପୁରସ୍କାର ଭଳି ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ କରିଛନ୍ତି।

powered by social2s