ଫୁଟସାଲ୍ ଜାତୀୟ ପ୍ରତିଯୋଗୀତା ରେ ଓଡ଼ିଶା ରୁ ୧୬ ଜଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର.: ଆଜି ଏକ ୧୬ ଜଣିଆ ଓଡ଼ିଶା ଦଳ ସ୍ପେଶିଆଲ ଅଲିମ୍ପିକ୍ ଭାରତ ଜାତୀୟ ଫୁଟ୍ ସାଲ ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ଭୁବନେଶ୍ଵର ରୁ ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଛି। ହରିଆଣା ର ଫରିଦାବାଦ ଠାରେ ଥିବା ମାନବ ରଚନା ବିଶ୍ଵବିଦ୍ୟାଳୟ ରେ ଏହି ପ୍ରତିଯୋଗିତା ୭ ରୁ ୧୧ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ରୁ ଆସନ୍ତା ୨୦୨୭ ରେ ଚିଲେ ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ଵ ଗ୍ରୀଷ୍ମ କାଳୀନ ପ୍ରତିଯୋଗିତା ନିମନ୍ତେ ଭାରତୀୟ ଦଳ ଚୟନ କରାଯିବ। ଓଡ଼ିଶା ମହିଳା ଦଳରେ ବରପାଲି ର ଦୀପିକା କୁମ୍ଭାର ଓ ସୀମା ପଟେଲ, ଖୋର୍ଦ୍ଧା ର ଝରଣା ଦାସ, କଟକ ର ମିନା ରାଓ, କେନ୍ଦୁଝର ର ବାସନ୍ତୀ ମହନ୍ତ ଓ ସୋନାଲି ନାୟକ ଖେଳାଳି, ଏଵଂ ବରପାଲି ର ବିବେଶିଖା ବେହେରା ଓ କଟକ ର ସସ୍ମିତା ରାଉତରାୟ ପ୍ରଶିକ୍ଷକ ଭାବେ ଚୟନିତ ହୋଇଛନ୍ତି । ସେହିଭଳି ପୁରୁଷ ଦଳ ରେ ଖୋର୍ଦ୍ଧା ର ରଂଜିତ ଖୁଣ୍ଟିଆ ଓ ଦଧିଚି, କଟକ ର ମହମ୍ମଦ ୱାସିମ୍ ଅକ୍ରମ୍, ନିମାପଡ଼ା ର ଇନ୍ଦ୍ରମଣି କ।ଣ୍ଡି, ସୋନପୁର ର ଶ୍ୱେତରାଜ ସାମଲ, ଆଠଗଡ ର ଆଶୁତୋଷ ପଟ୍ଟନାୟକ ଖେଳାଳି ଭାବେ ଏଵଂ ଖୋର୍ଦ୍ଧା ର ନିରଜ୍ ସିଂହ ଓ ସୋନପୁର ର ତ୍ରିନାଥ ସାମଲ ପ୍ରଶିକ୍ଷକ ଭାବେ ଦଳ ରେ ଯାତ୍ରା କରିଛନ୍ତି। ଓଡ଼ିଶା ସରକାରଙ୍କର କ୍ରୀଡ଼ା ବିଭାଗ ଏହି ଯାତ୍ରା କୁ ପ୍ରାୟୋଜିତ କରିଛନ୍ତି। କ୍ରୀଡ଼ା ସଚିବ ଓ ନିର୍ଦ୍ଦେଶକ ଏହି ଦଳ କୁ ଶୁଭେଛା ଜଣାଇଛନ୍ତି । ସ୍ପେଶିଆଲ୍ ଅଲମ୍ପିକ୍ସ ଭାରତ ଓଡ଼ିଶା ର ନିର୍ଦ୍ଦେଶକ ପ୍ରକାଶ ରଥ, ଅଧ୍ୟକ୍ଷା ସୁନୀତା ମୁଣ୍ଡ୍, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ରାଜ୍ୟ ପ୍ରକଳ୍ପ ସଂଯୋଜକ ଅର୍ପିତା ମହାପାତ୍ର, ମନସ୍ତତ୍ୱବିତ ମନତୋଷ ବେହେରା ଓ ଅନ୍ୟ ସମସ୍ତ ବୋର୍ଡ ସଦସ୍ୟ ଓଡ଼ିଶା ଦଳ କୁ ଅଭିନନ୍ଦନ ଜଣାଇଥିଲେ ଓ ପ୍ରତିଯୋଗିତା ନିମନ୍ତେ ଶୁଭେଛା ଜଣାଇଛନ୍ତି।

powered by social2s