ଭୁବନେଶ୍ବର: ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କଲେ ଓଡ଼ିଶା ରାଜ୍ୟପାଳ ହରିବାକୁ କମ୍ଭମପତି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବର ଲୋକସେବା ଭବନରେ ଆୟୋଜିତ ପଦକ ପ୍ରଦାନ ଉତ୍ସବରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ଗ-୧ରେ ଆଇପିଏସ୍ ଅଧିକାରୀ ନୀତି ଶେଖର ଓ ସତ୍ୟଜିତ ନାୟକଙ୍କୁ ମିଳିଲା ପୋଲିସ ପଦକ। ବର୍ଗ-୨ରେ ପୁରୀ ଏସ୍ପି ପ୍ରତୀକ ସିଂହ ଓ ଅନୁପମା ମହାପାତ୍ରଙ୍କୁ ମିଳିଲା ରାଜ୍ୟପାଳ ପଦକ। ବର୍ଗ ୩ ରେ ସଚ୍ଚିଦାନନ୍ଦ ରଥ ଓ ପ୍ରସନ୍ନ କୁମାର ରାଉତ ପାଇଲେ ପଦକ। ବର୍ଗ ୪ ରେ କରୁଣାକର ରାଉତ ଓ ଅନୁସୂୟା ସେନାପତି ପାଇଲେ ପଦକ। ରାକେଶ ପ୍ରସାଦ ଜେନାଙ୍କୁ ମଧ୍ଯ ବର୍ଗ ୪ ରେ ମିଳିଲା ପଦକ। ସେହିପରି, ୯ ଜଣ ପାଇଲେ ସାହସିକତା ନିମନ୍ତେ ରାଷ୍ଟ୍ରପତି ପଦକ। ନରେଶ ପଟେଲ ଓ ରବିନ୍ଦ୍ର ପଣ୍ଡାଙ୍କୁ ମିଳିଲା ବିଶିଷ୍ଟ ସେବା ପାଇଁ ପଦକ। ପ୍ରଶଂଶନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଲା ପଦକ।
powered by social2s

