ଭୁବନେଶ୍ବର: ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ। ୪୫ଟି କୋଠରୀ ସହ ଆଧୁନିକ ସମ୍ମିଳନୀ କକ୍ଷ ରହିବ। ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବ। ଅଯୋଧ୍ୟା, ବେଙ୍ଗଳୁରୁ ଓ ସୁରତରେ ନିର୍ମାଣ ହେବ ଓଡ଼ିଶା ଭବନ। ଏଥିପାଇଁ ଜମି ମଗାଯାଇଛି କହିଲେ ମୁଖ୍ୟମନ୍ତ୍ରୀ । ମୁମ୍ବାଇରେ ବି ଆଉ ଗୋଟିଏ ଓଡ଼ିଶା ଭବନ ନିର୍ମାଣ ହେବ। କୋଲକାତା, ଚେନ୍ନାଇ, ମୁମ୍ବାଇରେ ଓଡ଼ିଶା ଭବନ ଅଛି।
powered by social2s

