ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତ ଅଛନ୍ତି ଓଡ଼ିଶାର ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସମସ୍ତ ମେଡିକାଲ୍ କଲେଜ୍ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ରୁମ୍ ରହିଛି। ଚିକିତ୍ସା ପାଇଁ ମେଡିକାଲରେ ରହିବ ସ୍ୱତନ୍ତ୍ର ରୁମ । ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରୀଷ୍ମ ଗାଇଡ୍ଲାଇନ୍ ଜାରି କରାଯାଇଛି। ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଇଣ୍ଟରନାଲ ପରୀକ୍ଷା ଓ କ୍ଲାସ୍ ଗୁଡ଼ିକ ସକାଳୁ କରାଯିବ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପର୍ଯ୍ୟାପ୍ତ ଓ ଆର୍ ଏସ୍ ଓ ପାନୀୟ ଜଳ ରଖାଯିବ।
powered by social2s

