ପୁରୀ: ମାର୍ଚ୍ଚ ୨୫ ତାରିଖରୁ ରତ୍ନଭଣ୍ଡାର ଗଣତି ମଣତି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ଯେ ୨୫ ତାରିଖ ଅପରାହ୍ନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ଆରମ୍ଭ ହେବ। ଗଣତି ମଣତି ବେଳେ କେବଳ ବାହାର କାଠ ଦର୍ଶନ କରିବାକୁ ମିଳିବ ଅନୁମତି। ଶନିବାର ଓ ରବିବାର ଗଣତି ମଣତି ହେବ ନାହିଁ। ନୀତି ବହୁଳ ଦିନମାନଙ୍କରେ ମଧ୍ୟ ଗଣତି ମଣତି ହେବ ନାହିଁ। କେତେ ଦିନ ମଧ୍ୟରେ ଶେଷ ହେବ ବର୍ତ୍ତମାନ କହି ହେବନି । ୧୯୭୮ରେ ଗଣତି ମଣତି ପାଇଁ ୭୨ ଦିନ ଲାଗିଥିଲା। ଓଡ଼ିଶା ସରକାରଙ୍କ ଏସ୍ ଓ ପି ଅନୁସାରେ ହେବ ଗଣତି ମଣତି। ପ୍ରତିଦିନ ଚାବି ଟ୍ରେଜେରୀକୁ ଯିବ, ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ହେବ । ସେତେବେଳେ ଦିନକୁ କେତେ ସମୟ ଗଣତି ମଣତି ହୋଇଥିଲା ଜଣାନାହିଁ । ଯେଉଁଦିନ ଗଣତି ମଣତି ହେବ ସେହିଦିନ ବେଶୀ ସମୟ ନେବାକୁ ଚାହିଁବୁ ।
powered by social2s

