ଓଡ଼ିଶାର କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅଗ୍ନିଶମ କର୍ମଚାରୀ ମୁତୟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: କୋଭିଡ-୧୯ ର ସଫଳ ରୂପାୟନ ପାଇଁ ସାରା ଦେଶରେ କୋଭିଡ ହସ୍ପିଟାଲ ମାନ କାର୍ଯ୍ୟକ୍ଷମ କରାଯାଇ କୋଭିଡ ପୀଡିତ ମାନଙ୍କର ଚିକିତ୍ସା କରାଯାଉଥିବା ବେଳେ କେତେକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନଜୀବନ କ୍ଷତି ହେବାର ପରିଲକ୍ଷିତ ହୋଇଛି। ରାଜ୍ୟ ସରକାର ବର୍ତ୍ତମାନ ୪୮ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଇଛନ୍ତି।

 

ଏହି ହସ୍ପିଟାଲ ଗୁଡ଼ିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ପ୍ରତେକ କୋଭିଡ ହସ୍ପିଟାଲ ନିକଟରେ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଅଗ୍ନିନିର୍ବପକ ଯନ୍ତ୍ର ସହ ମୁତୟନ କରାଯାଇଛି।

 

ମୋଟ ୨୮୮ଜଣ ଅଗ୍ନିଶମ କର୍ମଚାରୀ ୩ଟି ଶିଫ୍ଟ ରେ ୨୪ ଘଣ୍ଟା କାର୍ଯ୍ୟରେ ମୁତୟନ ହୋଇଛନ୍ତି। ସେମାନେ ଉକ୍ତ ହସ୍ପିଟାଲମାନଙ୍କରେ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିନିର୍ବପିତ କରିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଓ ନିକଟସ୍ଥ ଦମକଳ କେନ୍ଦ୍ରକୁ ତୁରନ୍ତ ଖବର ଦେବେ। ଏତଦ୍ବ୍ୟତୀତ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ନିୟମିତ ବ୍ୟବଧାନରେ ମକ ଡ୍ରିଲ କରାଯାଇ ହସ୍ପିଟାଲ ପରିଚାଳନା କତୁର୍ପକ୍ଷ ଓ କର୍ମଚାରୀମାନଙ୍କୁ ଅଗ୍ନି ଦୁର୍ଘଟଣାର ଉଚିତ ମୁକାବିଲା ପାଇଁ ତାଲିମ ଦେବା ସହ ଆବଶ୍ୟକ ଅଗ୍ନି ସଚେତନତା ସୃଷ୍ଟି କରାଯାଉଛି।

 

ଅନେକ ଜାଗାରେ ରାଜ୍ୟ ଅଗ୍ନିଶମ ବହାନି ପକ୍ଷରୁ କୋଭିଡ ମୁକାବିଲା ପାଇଁ ରାସାୟନିକ ଜଳ ମିଶ୍ରିତ ବିଶୋଧନ ସିଞ୍ଚନ କରାଯାଉଛି।

 

powered by social2s