ଶିକ୍ଷାସନ୍ଧାନ ଓ ଲୋହିଆ ଏକାଡ଼େମୀ ଅନୁକୁଲ୍ୟରେ ରୋମା ରୋଲାଙ୍କ ଲିଖିତ ଜୀବନୀ ‘ମହାତ୍ମା ଗାନ୍ଧୀ’ ଉନ୍ମୋଚିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଶିକ୍ଷାସନ୍ଧାନ ଓ ଲୋହିଆ ଏକାଡ଼େମୀ ଅନୁକୁଲ୍ୟରେ ଭୁବନେଶ୍ବର ଲୋହିଆ ଏକାଡ଼େମୀ ଠାରେ ରୋମା ରୋଲାଙ୍କ ଲିଖିତ ଜୀବନୀ ‘ମହାତ୍ମା ଗାନ୍ଧୀ’ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି ସଂଗ୍ରାମ ଜେନା। ଏହି ପୁସ୍ତକଟି ଶିକ୍ଷାସନ୍ଧାନ ଦ୍ଵାରା ପ୍ରକାଶିତ। ପ୍ରକାଶଥାଉ କି ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଗାନ୍ଧିଜୀ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ଓ ବିଭିନ୍ନ ସଭାରେ ଉଦ୍‌ବୋଧନ ଦେଇଥିଲେ। ମାର୍ଚ୍ଚ ୨୩ ଥିଲା ବିଶିଷ୍ଟ ସମାଜବାଦୀ ନେତା ରାମମନୋହର ଲୋହିଆଙ୍କ ଜନ୍ମଦିନ। ଅରବିନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲୋହିଆ ଏକାଡ଼େମୀ ସଂପାଦକ ଦେବ ପ୍ରସାଦ ରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପୁସ୍ତକର ଅନୁବାଦକ ସଂଗ୍ରାମ ଜେନା ପୁସ୍ତକ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏହି ପୁସ୍ତକରେ ଗାନ୍ଧୀଜୀଙ୍କ ଦର୍ଶନ, ପନ୍ଥା ଓ ପ୍ରୟୋଗ ଯଥା ଅହିଂସା, ସତ୍ୟାଗ୍ରହ, ଅସହଯୋଗ, ବ୍ରହ୍ମଚର୍ଯ୍ୟ, ନିଶାନିବାରଣ, ବର୍ଣ୍ଣବିଚାର, ଅସ୍ପୃଶ୍ୟତା, ନାରୀଜାଗରଣ ଏପରିକି ଗୋରକ୍ଷା ଭଳି ବହୁ ପ୍ରସଙ୍ଗରେ ଗାନ୍ଧୀଜୀଙ୍କ କାର୍ଯ୍ୟକ୍ରମର ବିଶ୍ଳେଷଣ ଏହାର ମୁଖ୍ୟ ପ୍ରସଙ୍ଗ। ପୁଣି ଏଥରେ ଗାନ୍ଧୀ-ରୋମାଁରୋଗାଁ ଡ଼ାଏରୀ ଓ ପତ୍ରାବଳୀ ରୋମାଁରୋଲା ଓ ଗାନ୍ଧୀଙ୍କ ସଂପର୍କ ଓ ନାନା ବିଷୟରେ ସେମାନଙ୍କର ମତ ଓ ମତାନ୍ତର ଉପନିବେଶ ବିରୋଧୀ ସଂଗ୍ରାମ କାଳରେ କିପରି ଭାବେ ସମଗ୍ର ୟୁରୋପରେ ଗାନ୍ଧୀଙ୍କ ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ଦେଇଥିଲା ତାହା ବୁଝିବାରେ ସାହାଯ୍ୟ କରେ। ଗାନ୍ଧୀ ଚର୍ଚ୍ଚାରେ ଭାଗଢ଼େଇ ବୀରେନ୍ଦ୍ର ନାୟକ, ପ୍ରହଲାଦ କୁମାର ସିଂହ ଓ ଯତୀନ୍ଦ୍ର କୁମାର ନାୟକ ଗାନ୍ଧୀଙ୍କ ଜୀବନ ଓ ଦର୍ଶନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଶିକ୍ଷାସନ୍ଧାନର ସଦସ୍ୟ ସଂପାଦକ ଅନୀଲ ପ୍ରଧାନ ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାରେ ବହୁ ସଂଖ୍ୟକ ଛାତ୍ର, ବୁଦ୍ଧିଜୀବୀ, ଲେଖକ, ସାମ୍ବାଦିକ ଓ ସମାଜସେବୀ ଯୋଗଦାନ କରିଥିଲେ ।

powered by social2s