କଟକରେ ପାଳନ ହେବ ଭିନ୍ନ ସ୍ୱାଦର ରଜଉତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : କଟକ ମହାନଗର ନିଗମ ପାଳିବ ଏକ ଭିନ୍ନ ସ୍ୱାଦର ତିନି ଦିନିଆ ରଜଉତ୍ସବ। ତଳ ବାଲିଯାତ୍ରା ପଡ଼ିଆ କଟକ ଇନ କଟକ ପ୍ୟାଭିଲିୟନରେ ଜୁନ ୧୪ରୁ ୧୬ ତାରିଖ ଯାଏଁ ପ୍ରଥମ ଥର ପାଇଁ ରଜଉତ୍ସବ ପାଳନ କରାଯିବ। ମାଗଣାରେ ରଜ ପାନ ଓ ପୋଡ଼ ପିଠାର ଆସର ଜମିବ। ଏହା ସହ ଆୟୋଜନ କରାଯିବ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରାୟ ୨୦୦ ବସ୍ତିର ଯୁବତୀ ମାନଙ୍କୁ ବସ୍ତି କମିଟି ମାଧ୍ୟମରେ ଏକ ଟଙ୍କାରେ ଦିଆଯିବ ଗିଫ୍ଟ କୁପନ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଦୈନିକ ୧୫ ହଜାର ରୁ ୨୦ ହଜାର ଝିଅ, ମହିଳା ଓ ପୁରୁଷ ସାମିଲ ହେବେ ବୋଲି ସୂଚନା ଦେଲେ ମେୟର ସୁବାସ ସିଂ।

powered by social2s