ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ଚିକିତ୍ସା ସଂପର୍କିତ ସଚେତନତା ପାଇଁ ପ୍ରେସ୍ ମିଟ୍ କରାଯାଇଛି।
ଏଥିରେ ଜଣେ ସାଧାରଣ ବ୍ୟକ୍ତି ଘରେ ରହି କରୋନା ର ଚିକିତ୍ସା କିଭଳି ଭାବରେ କରିପାରିବ ସେ ସଂପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇଛି।
ରାଜ୍ୟର ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ କ୍ଷୀରୋଦ ରାଉତ କହିଛନ୍ତି ଯେ, ନିଜେ କରୋନା ପଜେଟିଭ ଜାଣିଲା ପରେ ସବୁବେଳେ ଅକ୍ସିମିଟର ସହାୟତା ରେ ଶରୀରର ଅକ୍ସିଜେନ ଲେବୁଲ୍ ମାପନ୍ତୁ।
ଡାହାଣ ହାତ ମଝି ଆଙ୍ଗୁଠିରେ ଭଲଭାବରେ ଅକ୍ସିମିଟର ଲଗାଇ ଅକ୍ସିଜେନ ଲେବୁଲ୍ କେତେ ଅଛି ଚେକ୍ କରନ୍ତୁ।
ଶରୀରରେ ୯୪ ତଳକୁ ଅକ୍ସିଜେନ ଖସିଲେ ଏହା ବିପଦର ସଂକେତ ବୋଲି ଜାଣନ୍ତୁ।
ତେବେ କିଛି ବ୍ୟାୟାମ ଦ୍ୱାରା ଶରୀରରେ ଅକ୍ସିଜେନ ର ମାତ୍ରା ବଢାଯାଇ ପାରିବ।
ଅନୁଲମ, ବିଲମ୍ବ, ଯୋରରେ ନିଶ୍ୱାସ ନେଇ ଛାଡିବା ଭଳି କିଛି ବ୍ୟାୟାମ ଘରେ ନିୟମିତ କରନ୍ତୁ।
ପେଟ ମାଡି ଶୋଇବା ଦ୍ୱାରା ମଧ୍ୟ ଅକ୍ସିଜେନ ବୃଦ୍ଧି ହେବା ସଂଙ୍ଗେସଂଙ୍ଗେ ଏଥିରେ ବହୁ ଉପକାର ମିଳିପାରିବ ବୋଲି ଡଃ ରାଉତ କହିଛନ୍ତି।
ସେହିଭଳି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡ଼ଃ ଜୟନ୍ତ ପଣ୍ଡା କହିଛନ୍ତି ଯେ, କରୋନା ଭୟରେ ମେଡିସିନ ଷ୍ଟୋରକୁ ଯାଇ ମନ ଇଚ୍ଛା କିଛି ଔଷଧ ଖାଆନ୍ତୁ ନାହିଁ।
ଏହା ଏକ ଭୁତାଣୁ ଜନିତ ରୋଗ। ତେଣୁ ଅଧିକ ଔଷଧ ଖାଇବାର ଆବଶ୍ୟକତା ନାହିଁ।
ଜ୍ୱର କିମ୍ବା ଘୋଳାବିନ୍ଧା ହେଉଥିଲେ ପାରାସିଟାମଲ୍ ୬୫୦ ଖାଆନ୍ତୁ।
ଏହା ସହ ନେପ୍ରୋଟିକ୍ ୨୫୦ ଏମ୍ ଜି ଦିନକୁ ୨ଟା କରି ଖାଆନ୍ତୁ। ଗୁରୁତର ରୋଗୀ ଡାକ୍ତରଙ୍କ ପରାମର୍ଶରେ ଆଇଭରମାଟିନ୍ ଖାଇପାରିବେ।
ସେହିଭଳି ଜିଙ୍କ, ଭିଟାମାଟି- ସି, ଡି ଆଦି ମଧ୍ୟ ଖାଇପାରିବେ।
ତେବେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଆଇଭର୍ ମାଟିନ୍ ସେବନ କରିପାରିବେ ନାହିଁ ବୋଲି ସେ କହିଛନ୍ତି।
'ବ୍ୟାୟାମ ଦ୍ୱାରା ଶରୀରରେ ଅକ୍ସିଜେନ ର ମାତ୍ରା ବଢାଯାଇ ପାରିବ'
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

