ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି।ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର୍ ଗୁରୁତର ଆହତ ହୋଇଛନ୍ତ। ଗୁରୁତରଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି AIIMS ରେ ଭର୍ତି କରିଛନ୍ତି।ସୂଚନା ଅନୁଯାୟୀ, ଡ୍ରାଇଭର ବ୍ରେକ ମାରିବା ବେଳେ ଚେନ ଛିଡ଼ି ଟ୍ରକରୁ ଅଲଗା ହୋଇଯାଇଥିଲା କଣ୍ଟେନର। ଏହା ପରେ କଣ୍ଟେଣର ଟି ଟ୍ରକ ର ଇଞ୍ଜିନ ଉପରେ ଚଢ଼ି ଯାଇଥିବାରୁ ଘଟିଥିଲା ଦୁର୍ଘଟଣା।ଖୋର୍ଦ୍ଧା ଆଡ଼ୁ ଭୁବନେଶ୍ୱର ଆସୁଥିଲା ଟ୍ରକ।
powered by social2s

