ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତି ଙ୍କ ବିୟୋଗରେ ଶୋକ ସଭା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର ତା ୧୧.୫.୨୧ ସଂଧ୍ୟା ୬ ଘଟିକା ସମୟରେ ଗୁଗୁଲ ମିଟ ଜରିଆରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତି ଙ୍କ ବିୟୋଗରେ ହୋଇଥିବା ଶୋକ ସଭାରେ ମହାରାଷ୍ଟ୍ର, ବରୋଦା, କୋଲକତା, ଦିଲ୍ଲୀ, ଝାଡଖଣ୍ଡ, ଓ ଓଡ଼ିଶା ରୁ କେନ୍ଦ୍ରାପଡ଼ା, ବାଲେଶ୍ଵର,  ବାରିପଦା, ଖୋର୍ଦ୍ଧା, ଭୁବନେଶ୍ୱର, ବଲାଙ୍ଗୀର ଯାଜପୁର, ଜଗତସିଂହପୁର, କଟକ ରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ର ଆଜୀବନ ସଦସ୍ୟ, ଚେତନା କେନ୍ଦ୍ର ଓ ଚେତନା ସେବା ସମିତି ରୁ ବହୁ ଜଗନ୍ନାଥ ପ୍ରେମୀ  ସଦସ୍ୟ ଯୋଗ ଦେଇ ଥିଲେ।

 

ସମସ୍ତେ ଗୋପି ବାବୁଙ୍କ ସାଙ୍ଗରେ ସେମାନଙ୍କର ସମ୍ପର୍କ ବିଷୟରେ ନିଜର ଅନୁଭୂତି କହିଥିଲେ। କହିବା ସମୟରେ ବହୁତ ସଦସ୍ୟ ତାଙ୍କର କୋହ ସମ୍ଭାଳି ପାରି ନଥିଲେ। ଅକ୍ଷୟ ପାଣି ଙ୍କ କେନ୍ଦ୍ରାପଡ଼ାର ସ୍ମୃତି, ଚଣ୍ଡିଖୋଲ ର ମନୋରଞ୍ଜନ କର, ବରୋଦା ର ଗୋଲଖ ଦାସଙ୍କ କଥା, ଡ ମୃତ୍ୟୁଞ୍ଜୟରଥ ଙ୍କ ବିଶ୍ଵ ପଖାଳ ଦିବସ କଥା, ମହାରାଷ୍ଟ୍ର ଜଗନ୍ନାଥ ମନ୍ଦିର ର ସମ୍ପାଦକ ମୂରଲୀଧର ପଲେଇ, କଲିକତା ର ରବିନାରାୟଣ ମହାପାତ୍ର ଙ୍କ କଥା, ଭୁବନେଶ୍ୱରର ଶ୍ରୀମତି ଆରତୀ କର, ଦୀପକସାହୁ, ଗୋପାଳ ମହାପାତ୍ର, ସୁଦର୍ଶନ ସାହୁ ଓ ଡ ଗୁରୁପ୍ରସାଦ ମହାପାତ୍ର ଙ୍କ କଥା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। 

 

ଆଜିର କାର୍ଯ୍ୟକ୍ରମକୁ ଉପଦେଷ୍ଟା  ବାଳକୃଷ୍ଣ ପଣ୍ଡା ଓ ସମ୍ପାଦକ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ସହ କୋଷାଧ୍ୟକ୍ଷ କୃଷ୍ଣ ମହାପାତ୍ର, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, କମେଶ୍ଵର ରାଓ, ହରପ୍ରିୟା ବେହେରା, ଅଶୋକ ବଳ ଓ ଦାମୋଦର ସେନାପତି ଗୋପି ବାବୁଙ୍କ ବିଗତ ଦିନର ପରିଷଦର ଉନ୍ନତି ନିମନ୍ତେ ତାଙ୍କର ଅବଦାନ ବିଷୟ ରେ ସମସ୍ତଙ୍କୁ ଜଣାଇଥିଲେ। ଵିଜୟ କେତନ ପଟନାୟକ, ବସନ୍ତ କୁମାର ଦାନି, ହରିପଦ ଶତପଥୀ, ରବିନାରାୟଣ ମିଶ୍ର, ରମାକାନ୍ତ ମିଶ୍ର, ଗାନ୍ଧୀ ଚୌଧୁରୀ, ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ଅଚ୍ୟୁତ ପ୍ରସାଦ ବେହେରା, ରାଧେଶ୍ୟାମ ଦଂସନ୍, ସୁଲୋଚନା ନନ୍ଦ, ରଞ୍ଜିତା ନାୟକ, ବିଜୟଲକଷ୍ମୀ ଦେବୀ, ତନ୍ମୟ ସାହୁ, ବିଭୁତି ଭୁଷଣ ପାଲ, ଜିତେନ୍ଦ୍ର ମହାନ୍ତି, ବଂଶୀଧର ନାୟକ, ଡ ସଂଜୀତ ପଣ୍ଡା, ଶ୍ରିମନ୍ତ ନନ୍ଦ, ପ୍ରତିମା ରାଉତ ବ୍ରଜ ପ୍ରସାଦ ଶତପଥୀ, ଉଷା ମିଶ୍ର, ନରେନ୍ଦ୍ର ସାହୁ ରାଜକିଶୋର ସାହୁ, ସ୍ଵାଧୀନ ମହାନ୍ତି, ତନ୍ମୟ ସାହୁ, ଉଦୟ ମହାପାତ୍ର ତ୍ରିଲୋଚନ ନାୟକ, ସୌଦାମିନୀ ପଣ୍ଡା, ମଳୟ ଜେନା, ଚିନ୍ତାମଣି ମିଶ୍ର, ସଚ୍ଚିଦାନନ୍ଦ ପ୍ରଧାନ, ଲବନ୍ୟେନ୍ଦୁ ମହାନ୍ତି, ଗୋପୀନାଥ ବିଶୋଇ, ଦିଲ୍ଲୀପ କୁମାର ପାତ୍ର, ତ୍ରିଲୋଚନ ଜେନା, ସୁରେଶ ମିଶ୍ର, ଦେବରା ଜ ମିଶ୍ର, ସୁରେଶ ଚୌଧୁରୀ, କିଶୋର ମହନ୍ତ, ଅଜୟ ଚୌଧୁରୀ, ଓ ଅନ୍ୟାନ୍ୟ ସଦସ୍ୟ ଶୋକ ସଭାରେ ଯୋଗ ଦେଇଥିଲେ, ଏହି ବନ୍ଦ ସମୟ ରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରଖିବା ନିମନ୍ତେ ବହୁ ସଦସ୍ୟକହିଥିଲେ, ଆଜୀବନ ସଦସ୍ୟ ମାନେବହୁ ସଂଖ୍ୟା ରେ ଯୋଗ ଦେଇଥିବାରୁ ସମ୍ପାଦକ ଧନ୍ୟବାଦ ଜଣାଇଥିଲେ।

ଶେଷରେ ଦାମୋଦର ସେନାପତି ଙ୍କ ଭଜନ ସତେ କି ଯିବ.... ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଙ୍କୀର୍ତ୍ତନ କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା।

 

powered by social2s