ଭୁବନେଶ୍ୱର: ଓଡିଶା ସରକାରଙ୍କ କୋଭିଡ଼ ମୁକାବଲା କରିବାରେ ସହଯୋଗ କରିବା ପାଇଁ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଅଗ୍ନିଶମ କର୍ମଚାରୀ ଙ୍କୁ ପ୍ରାଥମିକ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଆବଶ୍ୟକୀୟ ଉଦ୍ଧାର ଯନ୍ତ୍ରାଂଶ ସହ କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲରେ ମୃତୟନ କରାଯାଇଛି।
ଏଥିରେ ୩୮୪ ଜଣ ଅଗ୍ନିଶମ କର୍ମଚାରୀ ୩ ଟି ସିଫ୍ଟ ରେ ୨୪ ଘଣ୍ଟା କାର୍ଯ୍ୟରତ ଅଛନ୍ତି।
ଏହାସହ କର୍ମଚାରୀ ମାନେ କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲରେ ନିୟମିତ ମକ୍ ଡ୍ରିଲ୍ କରାଯାଇ ହସ୍ପିଟାଲ କତ୍ତୃପକ୍ଷ ଓ କର୍ମଚାରୀ ମାନଙ୍କୁ ତାଲିମ ଦେବା ସହ ଅଗ୍ନିକାଣ୍ଡ କୁ କିଭଳି ଏଡ଼ାଇବା ସେ ବିଷୟରେ ସଚେତନ କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଆଜି କଟକ ସଦ୍ ଗୁରୁ ହସ୍ପିଟାଲରେ ସହକାରୀ ଅଗ୍ନିସମ ଅଧିକାରୀଙ୍କ ନେତୃତ୍ୱରେ ଅଗ୍ନିସମ କର୍ମଚାରୀ ଙ୍କ ଦ୍ୱାରା ମକ୍ ଡ୍ରିଲ୍ କରାଯାଇ ଅଗ୍ନି ନିର୍ବାପନ ଓ ଉଦ୍ଧାର କାର୍ଯ୍ୟ ର କୌଶଳ ଶିକ୍ଷା ଦେଇଥିଲେ।
powered by social2s

