ଭୁବନେଶ୍ୱର : ବାହ୍ୟଶକ୍ତିରୁ ଦୂରେଇ ରହିବାକୁ ଯୁବବର୍ଗଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରି ଏକତା ସୂତ୍ରରେ ବାନ୍ଧି ହୋଇ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବାହ୍ୟଶକ୍ତିରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ଦେଶର ଯୁବଶକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଚେଷ୍ଟା ଜାରି ରଖିଛନ୍ତି, କିନ୍ତୁ ଡିଜିଟାଲ ଯୁଗରେ ଦେଶ ବାହାରୁ ଯୁବବର୍ଗଙ୍କୁ ଭ୍ରମିତ କରାଯାଉଛି। ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଓ ନିଶାଦ୍ରବ୍ୟର କୁପ୍ରଭାବ ଯୁବକଙ୍କୁ ପଥଭ୍ରଷ୍ଟ କରୁଛି। ତେଣୁ ଆଜିର ଯୁବବର୍ଗ ବାହ୍ୟଶକ୍ତିରୁ ଦୂରେଇ ରହିବା ଦରକାର। କୌଣସି ବାହ୍ୟଶକ୍ତି ଯୁବବର୍ଗଙ୍କୁ ଦୁର୍ବଳ କରିପାରିବ ନାହିଁ। ଆଜିର ଯାତ୍ରାର ମୂଳ ଉଦ୍ଦେଶ୍ୟ ଏକ ହୋଇ ରହିବା। ଏହି ଏକତା ହିଁ ବାହ୍ୟଶକ୍ତିକୁ ଉଚିତ୍ ଜବାବ ଦେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।
powered by social2s

