ଭୁବନେଶ୍ୱର / ସମ୍ବଲପୁର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଆଜି ସାରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହେଉଥିବା ଏହି ପର୍ବରେ ନୂଆ ଧାନର ପ୍ରଥମ ଅମଳକୁ ଇଷ୍ଟଦେବୀଙ୍କୁ ଅର୍ପଣ କରି ପରିବାର ଏକାଠି ହୋଇ ନବାନ୍ନ ଗ୍ରହଣ କରନ୍ତି। ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ପକ୍ଷରୁ ଏବର୍ଷର ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଠାରେ ଆଜି ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ନବାନ୍ନ ଲାଗି ହେବ। ଏହାପରେ ଜନସାଧାରଣ ନୂଆ ଅନ୍ନ ଗ୍ରହଣ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, 'ନୂଆଁଖାଇ ପରିବାର ଓ ଭାଇଚାରାର ବନ୍ଧନକୁ ସଦୃଢ଼ କରିଥାଏ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂଆ ଆଶା ଭରିଦେଉ ଏବଂ ମା' ସମଲେଇ ସମସ୍ତଙ୍କ ଜୀବନରେ ହସ ଓ ଖୁସି ଭରି ଦିଅନ୍ତୁ।' ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆଜି ନୂଆଁଖାଇ ଭେଟଘାଟର ପରମ୍ପରା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଆଜି ନୂଆଁଖାଇ: ଉତ୍ସବମୁଖର ପଶ୍ଚିମ ଓଡ଼ିଶା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

