ଜଟଣୀ: (ଶୁଭେନ୍ଦ୍ର ଶତପଥୀ) ଖୋରଧା ଜିଲା ଜଟଣୀ ଅଞ୍ଚଳର ବଡ଼ ନୂଆଗାଁ ଗ୍ରାମର ଭାଗବତ ଟୁଙ୍ଗୀରେ ଆଜି ଏକ ନିଆରା କାର୍ଯ୍ୟ ଦେଖିବାକୁ ମିଳିଥିଲା l ସବୁ ଯାଗାରେ ଗାନ୍ଧୀ ଜୟନ୍ତୀ ପାଳନ କରୁଥିବା ବେଳେଏହି ସ୍ଥାନରେ ମଧ୍ୟ ପାଳନ କରିବା ସହିତ ଗଣେଶ ପୂଜାରେ ଗ୍ରାମର କୁନି କୁନି ପିଲାମାନେ ନିଜସ୍ଵ ଉଦ୍ୟମରେ ନାଚ,ଗୀତ,ମ୍ୟୁଜିକ୍ ଚେୟାର, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିଲି l ପାଖାପାଖି ୨୦ରୁ୨୫ କୁନି କୁନି ପୁଅ ଝିଅ ମାନେ ଯୋଗ ଦେଇଥିଲେ l ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଛୋଟ ଛୋଟ କପ୍ ପ୍ରଦାନ କରାଯାଇଥିଲା l ବିଚାରକ ଭାବରେ ସ୍ନିଗ୍ଧା ସାହୁ ଏବଂ ସ୍ମିତା ସାହୁ ଯୋଗଦେଇଥିଲେ l ଆଜି ସନ୍ଧ୍ୟାରେ ଭାଗବତ ଟୁଙ୍ଗୀ ଗୃହରେ ସମସ୍ତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ପ୍ରଦାନ କରାଯାଇଥିଲା l ନାଚରେ ଶାଲିନୀ ନନ୍ଦ,ସୂର୍ଯ୍ୟ ନାରାୟଣ ସାହୁ ଓ ସ୍ଵାଧୀନ ସାହୁ, ଗୀତରେ ଶତାବ୍ଦୀ ସାହୁ ଓ ରୁଦ୍ର ପ୍ରକାଶ, ଚିତ୍ରାଙ୍କନ ରେ ତାନଭି ରଥ ଓ ସମ୍ପୂର୍ଣା ସାହୁ ( ଜୁନିୟର) ଏବଂ ନନ୍ଦିନୀ ନନ୍ଦ ଗତେଶ୍ୱର୍ ସାହୁ, ମ୍ୟୁଜିକ ଚେୟାରରେ ତରୁଣ ସାହୁ ଓ ଦୀପକ୍ ସାହୁ ପ୍ରମୁଖଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଅତିଥି ଭାବେ ଭାଗବତ ଟୁଙ୍ଗୀର ସଭାପତି ଗୋବିନ୍ଦ ସାହୁ ଏବଂ ମୋ ପରିବାର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସୁଧାଂଶୁ ସାହୁ ଏବଂ ଜିତେନ୍ଦ୍ର ରଥ ପରିଚାଳନା କରିଥିଲେ l"ମୋ ପରିବାର"ର ପ୍ରତିଷ୍ଠାତା ଶ୍ରୀ ଶତପଥୀ ସମସ୍ତ ପ୍ରତିଯୋଗୀମାନଙ୍କୁ ସଂସ୍କାର ବିଷୟରେ କିଛି କଥା କହିବା ସହିତ ଆଜିର ପବିତ୍ର ଦିନରେ ଭାଗବତ ଟୁଙ୍ଗୀରେ ଉପସ୍ଥିତ ଥିବା ସମସ୍ତେ ଦେଶର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀ ଙ୍କ ଜୟନ୍ତୀ ଅବସରରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l
ବଡ଼ ନୂଆଗାଁରେ କୁନି କୁନି ପିଲାଙ୍କ ନିଆରା କାର୍ଯ୍ୟ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

