ଉତ୍କଳ ସାହିତ୍ୟ ସମାଜର ଲେଖକ କଲ୍ୟାଣ ପାଣ୍ଠିକୁ ଦଶ ହଜାର ଟଙ୍କା ଦାନ କଲେ ବରିଷ୍ଠ ଲେଖିକା ଲକ୍ଷ୍ମୀ ମିଶ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଶୁକ୍ରବାର ସନ୍ଧ୍ୟାରେ 'ଉତ୍କଳ ସାହିତ୍ୟ ସମାଜ'ର ଲେଖକ କଲ୍ୟାଣ ପାଣ୍ଠି ବୃଦ୍ଧି ନିମନ୍ତେ ବରିଷ୍ଠ ଲେଖିକା ଲକ୍ଷ୍ମୀ ମିଶ୍ର ଦଶ ହଜାର ଟଙ୍କାର ଏକ ଚେକ୍ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀଙ୍କ ମାଧ୍ୟମରେ ଦାନ କରିଛନ୍ତି । ଶ୍ରୀମତୀ ମିଶ୍ରଙ୍କ ଏହି ବଦାନ୍ୟତା ପାଇଁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ସୂଚନାଯୋଗ୍ୟ ଯେ - କିଛିଦିନ ତଳେ ଏହି ପାଣ୍ଠିକୁ ବରିଷ୍ଠ ସାମ୍ୱାଦିକ ଓ ସ୍ତମ୍ଭକାର ତଥା 'ଉତ୍କଳ ସାହିତ୍ୟ ସମାଜ'ର ପୂର୍ବତନ କର୍ମକର୍ତ୍ତା ଏଵଂ ତାଙ୍କ ସହଧର୍ମିଣୀ ତଥା ପାକ୍ଷିକ ଖବରକାଗଜ 'ବିଶ୍ୱାସ'ର ସମ୍ପାଦିକା କସ୍ତୁରୀ ରାୟ ପଚାଶ ହଜାର ପାଞ୍ଚଶହ ପଞ୍ଚାବନ ଟଙ୍କା, ବିଶିଷ୍ଟ ସାରସ୍ବତ ସାଧିକା ଡକ୍ଟର କବିତା ବାରିକ ଏକଲକ୍ଷ ଟଙ୍କା ଓ ବରିଷ୍ଠ କଥାଶିଳ୍ପୀ ସଂଯୁକ୍ତା ମହାନ୍ତି ଦଶ ହଜାର ଟଙ୍କା ଚେକ୍ ଆକାରରେ ଦେଇଛନ୍ତି । ଏହି ପାଣ୍ଠିର ସୁଧରୁ ଆର୍ଥିକ ସଂକଟରେ ଥିବା ବିପଦଗ୍ରସ୍ତ ଲେଖକ-ଲେଖିକାଙ୍କୁ ପ୍ରଦାନ କରାଯିବ । ଏଣୁ ଏହି ପାଣ୍ଠିବୃଦ୍ଧି ନିମିତ୍ତ ସାହିତ୍ୟିକ, ସାହିତ୍ୟପ୍ରେମୀ ଓ ସହୃଦୟ ତଥା ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସଂସ୍ଥା ମୁକ୍ତହସ୍ତରେ ଦାନ କରିବାକୁ ଅନୁଷ୍ଠାନର କର୍ମକର୍ତ୍ତା ଏଵଂ କାର୍ଯ୍ୟ ନିର୍ବାହିକା ସମିତି ସଭ୍ୟବୃନ୍ଦ ନିବେଦନ କରିଛନ୍ତି । ବି. ଦ୍ର.- ଦାତାମାନେ ଚେକ୍ କର୍ମକର୍ତ୍ତାଙ୍କୁ ଡାକି କିମ୍ୱା ପାଖକୁ ଆସି ଅଥବା ଡାକ / କୋରିଅର୍ ଯୋଗେ Utkal Sahitya Samaj ନାମରେ ଦେଇପାରିବେ । ଆହୁରି ମଧ୍ୟ ଉତ୍କଳ ସାହିତ୍ୟ ସମାଜର C.T. Branch, College Square, Katak ରେ ଥିବା ଆକାଉଣ୍ଟ ନମ୍ବର - 10508850221, ଆଇଏଫଏସସି କୋଡ୍ - SBIN0001663 ଜରିଆରେ ଅର୍ଥରାଶି ପଠାଇପାରିବେ । - ଯୋଗାଯୋଗ - ରାଜୀବ କୁମାର ଷଡ଼ଙ୍ଗୀ ସାଧାରଣ ସଂପାଦକ ଉତ୍କଳ ସାହିତ୍ୟ ସମାଜ, କଟକ ଫୋନ୍ - ୯୪୩୯୭୩୫୩୧୧

powered by social2s