କାଠିଆୱାଡ଼ର ଅମ୍ଳାନ ଜ୍ୟୋତି ଆହେ ଗାନ୍ଧୀଜୀ ମହାତ୍ମା ସତ୍ୟର ପଥେ ଭରିଦେଲ ଆଶା ଆହେ ଗାନ୍ଧୀଜୀ ସତ୍ୟାତ୍ମା ll
ପୋରବନ୍ଦର ମାଟିରେ ଜନମ ସରଳ ତୁମ ଜୀବନ ସତ୍ୟ ଅହିଂସା ହାତେ ଧରି କଲ ଦେଶର ନବ ଯୌବନ ll ନ ସହିଲ ଅନ୍ୟାୟ ନ ଭୟକୁ ଦେଲ ଦୂରେଯେ ହଟାଇ ସତ୍ୟାଗ୍ରହ ମନ୍ତ୍ର ଶୁଣାଇ ଲକ୍ଷ ହୃଦୟ ଦେଲ ଜଗାଇ ll
ଚରଖା ଘୁରିଲା ହାତେ ତୁମର ବାଜିଲା ସ୍ୱଦେଶୀ ଗୀତ ସ୍ୱାବଲମ୍ବନର ମହାମନ୍ତ୍ରରେ ଜାଗିଲା ଭାରତ ଚିତ୍ତ ll ଜାତି ଧର୍ମର ଭେଦଯେ ଭୁଲାଇ ଦେଲ ଭାଇଚାରା ବାଣୀ ମାନବତା ମହାପଥିକ ତୁମେ ଆଦର୍ଶକୁ ନେଲ ମଣି ll
କାଠିଆୱାଡ଼ର ଅମ୍ଳାନ ଜ୍ୟୋତି ତୁମ ନାଁ ଚିର ଉଜ୍ଜ୍ୱଳ ଆହେ ମହାତ୍ମା ତୁମ ସତ୍ୟପଥ ଯୁଗେଯେ ରହୁ ଅମଳ ll.
ତ୍ରିନାଥ ପଟ୍ଟନାୟକ (ଯୁବ ଇଂରାଜୀ ଅଧ୍ୟାପକ ତଥା କବି) ଶ୍ରୀ ସାଇ ଶ୍ରଦ୍ଧା ଇନ୍ସିଟ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି, କୋରାପୁଟ l
ସ୍ଥାନ:ଫୋରେଷ୍ଟ କଲୋନୀ ଜିଲ୍ଲା: କୋରାପୁଟ ମୋ:7655099802
powered by social2s

