ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ପୂର୍ବକେନ୍ଦ୍ରୀୟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଥିବା ସୂଚନା। ଅକ୍ଟୋବର ୨୮ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ବିଶାଖାପଟନମ - ବାପଟଳା ମଧ୍ୟରେ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସର୍ବାଧିକ ପବନର ବେଗ ୧୧୫ରୁ ୧୨୫ କିମି ରହିବା ଆଶଙ୍କା କରାଯାଉଛି। ଝଟକା ପବନର ବେଗ ୧୪୦ କିମି ରହିପାରେ। ତେବେ ଏହା ଅତି ଭୀଷଣ ବାତ୍ୟା ହେବା ନେଇ ଆକଳନ କରାଯାଇଛି।
ବାତ୍ୟା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୭ରୁ ୩୦ ତାରିଖ ଯାଏଁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
powered by social2s

