ଭୁବନେଶ୍ୱର: ଦୀପାବଳି ପୂର୍ବରୁ ବାଣ ଦର ନେଇ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି କୌଣସି ବ୍ୟବସାୟୀ ଅତ୍ୟଧିକ ଦର ବୃଦ୍ଧି କରନ୍ତି, ତେବେ ତାଙ୍କ ବିରୋଧରେ ଯାଞ୍ଚ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଚେତାବନୀ ଦେଇଛନ୍ତି। କେବଳ ସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ହିଁ ବାଣ ବିକ୍ରି କରିପାରିବେ। ବିନା ଲାଇସେନ୍ସରେ ବାଣ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ଲୋକମାନେ କେବଳ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବର୍ଦ୍ଧିତ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ନିୟମ ମାନିବାକୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।
powered by social2s

