ମୁଁ ସ୍ବପ୍ନ ଦେଖିବାକୁ ଚାହେଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

"କୁଆଁ କୁଆଁ କାନ୍ଦି ଯେବେ ଆସିଲି ସଂସାରେ
ଅବୋଧ ନିରୁତ ପ୍ରାୟ ବୁଝି ଯେ ନ ପାରେ"।।
"ଦୁନିଆ ର ହସ ଖୁସି ମୋ ଠୁ ବହୁ ଦୂରେ
ଜନମ ରୁ ବାପା ମା ସ୍ନେହ କୁ ଯେ ଝୁରେ"।।
"ସପନ ଦେଖିବା ମୋ ପାଇଁ ସାତ ସପନ
ଏଣେ ତେଣେ ଘୂରି ବୁଲେ ଯାଯାବର ଜୀବନ"।।
ସେ ଦିନ ରାଜଭବନ ଛକରେ ଅଟୋରେ ଅଫିସରୁ ଫେରିଲା ସମୟରେ ଥକା ଅନୁଭବ କରି ସନ୍ଧ୍ୟା କୁ ଝାପସା ନିଦ ଆସି ଯାଇଥାଏ। ହଠାତ ଏକ କୋମଳ ସ୍ୱରର ଧ୍ଵନୀରେ ସନ୍ଧ୍ୟା ନିଦ ରୁ ଉଠିପଡ଼ିଲା। ସନ୍ଧ୍ୟାର ନୟନ ହଠାତ୍ ଯାହାକୁ ଦେଖିଲା ସେ ଥିଲା ଏକ ନିଷ୍ପାପ ନିରୀହ ଶିଶୁ। ଯାହା ହାତରେ ଦଶଟି କଲମ ଥିଲା. ଶିଶୁ ଟି ଧୀର ସ୍ୱର ରେ କହୁଥାଏ, ଦିଦି ଏହି କଲମ ନିଅନ୍ତୁ ଏବଂ ମୋତେ ଦଶ ଟଙ୍କା ଦେଲେ ମୁଁ କିଛି ଖାଦ୍ୟ ଖାଇଥାନ୍ତି। ସନ୍ଧ୍ୟା ଦୁଇଟି କଲମ କିଣି କୋଡ଼ିଏ ଟଙ୍କା ଦେଲା ଓ କହିଲା ଏ ପୁଅ ତୁ ଆଉ କଲମ ନ ବିକି ଚାଲେ ମୋ ସହ ଯିବୁ ମୁଁ ତୋତେ ଭଲ ହଷ୍ଟେଲ ରେ ରଖି ପାଠ ପଢେଇବି ଓ ତୁ ବଡ଼ ହେଲା ପାରେ ଚାକିରୀ କରିବୁ, ହେଲେ ଶିଶୁ ଟିର ଅପଲକ ନୟନ ର ପରିଭାଷା କିଛି ଅକୁହା କଥା କହି ଦେଉଥିଲା। ଓଠ ଥରି ଥରି କହୁଥାଏ ମୋତେ ସ୍ବପ୍ନ ଦେଖିବା ମନା।

ସତରେ ଆମ ସମ୍ବିଧାନରେ ଶିଶୁ ସୁରକ୍ଷା ନିମନ୍ତେ ଅଧିକାର ମାନ ଲିପିବଦ୍ଧ ହୋଇରହିଛି। କେନ୍ଦ୍ର ସରକାର, ରାଜ୍ୟ ସରକାର, ସାମାଜିକ ଅନୁଷ୍ଠାନ ମାନେ ଶିଶୁ ସୁରକ୍ଷା ନିମନ୍ତେ ବିଭିନ୍ନ ପଦେକ୍ଷପ ନେଉଛନ୍ତି, ହେଲେ ଆଜି ବି ଲକ୍ଷ୍ୟ ଲକ୍ଷ୍ୟ ଶିଶୁ ରାଜରାସ୍ତାରେ ନିଜର ଜୀବନ ବିତାଉଛନ୍ତି। ଅବିଭାହିତ ସମୟରେ ମା ହେବା, ପାରିବାରିକ ଆର୍ଥିକ ସମସ୍ୟାକୁ ଦୂରେଇବା ନିମନ୍ତେ ଶିଶୁ ବିକ୍ରି, କନ୍ୟା ସନ୍ନ୍ତାନି ପାଇଁ ଆଗ୍ରହ ପ୍ରକାଶ ନ କରିବା ହିଁ ମୁଖ୍ୟ କାରଣ ଯାହା ଆଜି ଶିଶୁଙ୍କୁ ଯାଯାବର ନାମ ରେ ନାମିତ କରାଇଛି। ତୃଣମୂଳ ସ୍ତରରେ ସମାଧାନର ରାସ୍ତା ଆପଣାଇଲେ ଲକ୍ଷ ଲକ୍ଷ ଶିଶୁ ସ୍ବପ୍ନ ଦେଖିବାକୁ ସାହସ କରିବେ ଓ କହିବେ ମୁଁ ସ୍ବପ୍ନ ଦେଖିବାକୁ ଚାହେଁ। ସରକାର ଯେପରି ମଧୁବାବୁ ପେନସନ, ଭିନ୍ନକ୍ଷମ ଭତ୍ତା, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଆଦି ଲାଗୁ କରିଛନ୍ତି, ସେହିପରି ଶିଶୁ ମାନଙ୍କ ପାଇଁ " ଆସ ସ୍ବପ୍ନ ଦେଖିବା - ଏହା ମୋ ଅଧିକାର " ନାମ ରେ ଏକ ପେନସନ ଲାଗୁ କରା ଗଲେ ଯାହାକୁ କେବଳ ଜନ୍ମରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହୁଅନ୍ତା ଏବଂ ସେଥିରେ ଉକ୍ତ ଶିଶୁଙ୍କୁ ପ୍ରତେକ ମାସରେ ୧୦୦୦ ଟଙ୍କା ଲେଖା ପ୍ରଦାନ କରିବା ପାଇଁ ନିୟମାବଳି ପ୍ରସ୍ତୁତ କରା ଯାଆନ୍ତା। ଏଭଳି ପ୍ରଦେକ୍ଷପ କାର୍ଯ୍ୟକାରୀ କରାଗଲେ ଆଗକୁ ଶିଶୁ ମାନେ ରାଜରାସ୍ତାକୁ ଆଉ ଓହ୍ଲାଇ ଆସି ଅବେହେଳିତ ଓ ହିଂସାର ଶିକାର ହେବେ ନାହି। ଏମିତି କଳ୍ପନା କରୁ କରୁ ସନ୍ଧ୍ୟା କେତେବେଳେ ତା ଘରେ ଆସି ପହଂଚି ସାରିଥିଲା ସେ ବୁଝିପାରିଲା ନାହି।

 

ଇନ୍ଦିରା ପ୍ରିୟର୍ଶିନୀ ନନ୍ଦ,
ସାମାଜିକ କର୍ମୀ,
ଜଗତସିଂହପୁର

 

powered by social2s