"ଇଚ୍ଛା ଥିଲା ଚାଲିବାକୁ ତୋ ସାଥିରେ
ଆଶା ଥିଲା ରହିବାକୁ ତୋ ପାଖରେ"
"ସାଥିରେ ସାଥିରେ ଦେଖିଯା ତୁ ଥରେ
ଫୁଲ ଅଛି ବାସ୍ନା ନାହିଁ ମୋ ଜୀବନ ରେ"
'ଏମିତି ବୋଧେ ହୁଏ ପ୍ରେମ ରେ ହାରିଲେ।।।
ଓ ଲା ଲା ଲା...୨ ଥର
ହେ ହେ ହେ ଲା ଲା ଲା"
"ଅଧା ଗଢା ରହିଗଲା ମୋ ବାଲିଘର
ଆକାଶ ରେ ଜନ୍ହ ନାହିଁ ଲାଗୁଛି ଅନ୍ଧାର"
"ସାଥିରେ ସାଥିରେ କହିଦେ ତୁ ଥରେ
ମୋ କଥା କେବେହେଲେ ଭାବିଛୁ କି ଥରେ"
"ଏମିତି ବୋଧେ ହୁଏ ବିଶ୍ୱାସ ହାରିଲେ
ଓ ଲା ଲା ଲା...୨ ଥର
ହେ ହେ ହେ ଲା ଲା ଲା"
"ଆଖି ମୋର ଖୋଲିଦେଲେ ଦିଶେ ତୋ ଚେହେରା
ହୃଦୟ ମୋ ଖୋଜେ ଆଜି ତୋ ପ୍ରେମ ଆସରା"
"ସାଥିରେ ସାଥିରେ ଖୋଜୁଛି ଆଜିରେ
ଦେହ ସିନା ମୋ ପାଖରେ ମନ ତୋତେ ଝୁରେ'
"ଏମିତି ବୋଧେ ହୁଏ ସପନ ଭାଙ୍ଗିଲେ
ଓ ଲା ଲା ଲା...୨ ଥର
ହେ ହେ ହେ ଲା ଲା ଲା'ଇନ୍ଦିରା ପ୍ରିୟର୍ଶିନୀ ନନ୍ଦ
ସାମାଜିକ କର୍ମୀ
ଜଗତସିଂହପୁର
powered by social2s

