ଭୁବନେଶ୍ୱର: ଆଜି ଦିନରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ,ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ଭୁବନେଶ୍ୱରର ଶହୀଦନଗରର ବିର୍ଷା ମୁଣ୍ଡା ସାହିର ପ୍ରାୟ ୭୦ ଜଣ ଛୋଟ ପିଲାମାନଙ୍କୁ ରନ୍ଧା ଖାଦ୍ୟ ପୁଡିଆ ବଣ୍ଟା ଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ଡ଼ଃ.ନାରାୟଣ ମହାପାତ୍ର,ଲଳିତ ମୋହନ ପଣ୍ଡା,ରଞ୍ଜନ ସାମଲ,ବାବା ଜୀବନ ସାହା,ଶ୍ରୀନିବାସ ରାଓ,ଦିଲ୍ଲୀପ ପଟ୍ଟନାୟକ,ମନୋଜ ରାଉଳ,ରାହୁଲ ପଲେଇ ପ୍ରମୁଖ ଯୋଗ ଦେଇ ଏହାର ପରିଚାଳନା କରିଥିଲେ।ଏହି ମହତ କାର୍ଯ୍ୟକୁ ଡ଼ଃ ନାରାୟଣ ମହାପାତ୍ର, ସମାଜ ସେବୀ, ନିଶିଗନ୍ଧା ପ୍ରତିଷ୍ଠାତା ବଳରାମ ତରାଇ ଓ ପର୍ଯ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଏକ ମହାନ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅବିହିତ କରିବା ସଂଗେ ସଂଗେ ଅନ୍ୟ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହିଭଳି ସେବାକାର୍ଯ୍ୟରେ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି।
powered by social2s

