ଜଳ କଷ୍ଟ ଦୂର ପାଇଁ କୂପ ଖନନ ଓ ଅସହାୟ ପରିବାରକୁ ଅତ୍ୟାବଶ୍ୟକ ସହାୟତା ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଜଳ କଷ୍ଟ ପାଇଁ କୂପ ଖନନ ଓ ଭୁବନେଶ୍ୱର ଜାଗମରା ଠାରେ,ବହୁ ଚର୍ଚ୍ଚିତ ଅସୁବିଧାରେ ଚଲୁଥିବା ଗୋଟିଏ ପରିବାରର ତିନୋଟି ଝିଅ, ମା ଓ ଜେଜେମା'ଙ୍କୁ ଶୁଖିଲା ରେସନ୍,ଶାଢ଼ୀ ଓ ଜାମା ପ୍ୟାଣ୍ଟ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି, ଅନ୍ୟାନ୍ୟ ଅସୁବିଧା ବିଷୟରେ ମଧ୍ୟ ସେମାନଙ୍କ ସହ ଆଲୋଚନା କରାଯାଇ ତାହାକୁ ସମାଧାନ କରିବା ନିମନ୍ତେ ଚେଷ୍ଟା କରାଯିବ ବୋଲି କୁହାଯାଇ ଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଚେୟାରମ୍ୟାନ ଡ଼ଃ ନାରାୟଣ ମହାପାତ୍ର,ସମ୍ପାଦକ,ମନୋଜ କୁମାର ରାଉଳ, ଉପଦେଷ୍ଟା,ଦିଲ୍ଲୀପ ପଟନାୟକ,ଉମାନାଥ ମିଶ୍ର,ରଞ୍ଜନ ସାମଲ,ଲଲିତ ମୋହନ ପଣ୍ଡା,ସୁମନ୍ତ ରାଉଳ,ବିରଞ୍ଚି ରାଉତ,ହୃଦୟ ଦାସ,ହରେକୃଷ୍ଣ ସିଂ ଓ ରାହୁଲ ପଲେଇ ପ୍ରମୁଖ ଯୋଗ ଦେଇଥିଲେ ।ଏହା ବ୍ୟତୀତ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନଲିହଣ। ବ୍ଲକ- ଗୋପ ଠାରେ ସେହି ଅଂଚଳର ଜଳ କଷ୍ଟ ଦୂର ପାଇଁ ଏକ କୂପ ଖନନ କରାଯାଇଛି।ଏହି ଗ୍ରାମରେ ପ୍ରାୟତଃ ନବେ(୯୦) ପରିବାର ବସବାସ କରନ୍ତି।ଜଳକଷ୍ଟ ତାଙ୍କ ଅସୁବିଧାକୁ ଆହୁରି ଦ୍ବି-ଗୁଣିତ କରିଦେଉଛି।ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଗ୍ରାମରେ ଗୋଟିଏ ଗଭୀର କୂପ ଖନନ କରାଯାଇଛି।

 

ଏହି କାର୍ଯ୍ୟପାଇଁ ଆର୍ଥିକ ସହାୟତା କରିଛନ୍ତି ଭୁବନେଶ୍ୱରର ଆଶିଷ ମହାନ୍ତି,ଡଃ ସୁନିଲ ତରାଇ, ପଙ୍କଜିନୀ ଜେନା ଏବଂ ସନ୍ତୋଷ କୁମାର ପଟ୍ଟନାୟକ ତା୧୧/୦୬/୨୦୨୧ରିଖ ,ଶୁକ୍ରବାର ଦିନ ଡଃ ସୁନିଲ ତରାଇଙ୍କ କରକମଳରେ ନଡ଼ିଆ ବାଡେଇ ଏହି କୂପର ଶୁଭଉଦ୍ଘାଟନ କରାଯାଇଛି।ଏହି ଉତ୍ସବରେ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା,ସଭାପତି-ଲକ୍ଷ୍ମୀଧର ପାଣି, ମୂରଲୀଧର ରାଉଳ,ତପନ ଭୋଇ,ଗୋବିନ୍ଦ ଭୋଇ, ଗଗନ ଭୋଇ,ଶ୍ୟାମ ଭୋଇ,ଭାସ୍କର ଭୋଇ,ଗନ୍ଧର୍ବ ଭୋଇ,ନିରଞ୍ଜନ ଭୋଇ,ଗଗନ ଭୋଇ,ବିଶ୍ବନାଥ ଭୋଇ, ନବଘନ ଭୋଇ ଏବଂ ବ୍ଲକ୍ ମେମ୍ବର-ଅର୍ଜୁନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ମହତ କାର୍ଯ୍ୟକୁ ଡ଼ଃ ନାରାୟଣ ମହାପାତ୍ର, ସମାଜ ସେବୀ, ନିଶିଗନ୍ଧା ପ୍ରତିଷ୍ଠାତା ବଳରାମ ତରାଇ ଓ ପର୍ଯ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଏକ ମହାନ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅବିହିତ କରିବା ସଂଗେ ସଂଗେ ଅନ୍ୟ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହିଭଳି ସେବାକାର୍ଯ୍ୟରେ ନିଶ୍ଚୟ ଅନୁପ୍ରାଣିତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି।

 

 

 

 

powered by social2s