ଭୁବନେଶ୍ୱର: ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି। ଭରଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ଦର୍ଶାଇ ଲୋକକଳା ସହ ଜଡିତ ସମସ୍ତ କଳାକାରଙ୍କ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି କହିଥିଲେ। ରାଜ୍ୟରୁ କୌଣସି କଳାଶୈଳି ଯେପରି ବିଲୁପ୍ତି ର ଶିକାର ନହୁଏ ସେ ଦିଗରେ ଏହି କାର୍ଯ୍ୟକ୍ରମ ଅଭିପ୍ରେତ ବୋଲି ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ। ଏଥି ସହିତ ସେ ରାଜ୍ୟର ସମସ୍ତ କଳାକାରଙ୍କୁ ରଜ ଉତ୍ସବର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ନିରାମୟ ଜୀବନ କାମନା କରିଥିଲେ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ ଯେ ଓଡିଶା ଏକ କଳାର ପ୍ରବେଶ। ଏହା ଲୋକକଳାର ବିଶାଳ ବୈଭବକୁ ତା କୋଳରେ ମଣ୍ଡନ କରିଛି। ଆଜିର ଏହି କାର୍ଯ୍ୟକ୍ରମ ଭାରତ ବର୍ଷରେ ଅନନ୍ୟ କାର୍ଯ୍ୟକ୍ରମ ବୋଲି ସେ ଅଭିହିତ କରିଥିଲେ।
ପରେ ରାଜ୍ୟର କଳାକାର ମାନଙ୍କ ଉଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତା ଭରଚୁଆଲ ମାଧ୍ୟମରେ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରଣ ପ୍ରକାରେ କଳାହାଣ୍ଡିର ଘୁମୁରା,କୋରାପୁଟର ଡେମସା,ବରଗଡର ଡାଲଖାଇ, ଖୋର୍ଦ୍ଧାର ଘୋଡାନାଚ, ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ଗୀତ ଓ ଗଞ୍ଜାମ ର ବାଘନାଚ ପରିବେଷଣ କରାଯାଇଥିଲା।
ଭରଚୁଆଲ ଭାବେ ପାଳିତ ହେଲା ୩ୟ ଲୋକକଳା ଦିବସ; ସାମିଲ ହେଲେ ୩୦୦ କଳାକାର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

