ଭୁବନେଶ୍ୱରରୁ ୧୦ ଗୋଧି ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 
ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥ ଏଭିନିଉ ନିକଟ ଏକ ଘରୁ ଚୋରା ଚାଲାଣ ଉଦ୍ଦେଶ୍ୟରେ ରଖା ଯାଇଥିବା ୧୦ ରୁ ଉର୍ଦ୍ଧ୍ବ ଗୋଧି ଗୁଡିକୁ ପୋଲିସ ଜବତ କରିଛି। 
 
ସେଗୁଡିକ ମଧ୍ୟରୁ କେତେକ ମରି ଯାଇଥିବା ଜଣାପଡିଛି। 
 
ଆଜି ସନ୍ଧ୍ୟା ରେ ଲକ୍ଷ୍ମୀସାଗର ଥାନା PCR ଭ୍ୟାନ ପାଟ୍ରୋଲିଂ କରୁଥିବା ସମୟରେ ଏକ ଘର ଆଗରେ କେତେକ ବ୍ୟକ୍ତି ଜମା ହୋଇଥିବା ଦେଖି ଥିଲେ । ପୋଲିସ ସେଠାକୁ ଯାଇ କଣ ହୋଇଛି ପଚାରି ବାରୁ ସେଠାରେ ଗୋଧି ମାଂସ ବିକ୍ରି ହେଉଛି ବୋଲି ସେମାନେ ପ୍ରକାଶ କରିଥିଲେ।
 
ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ସେଠାରେ ପହଞ୍ଚି ସେହି ଘର ମଧରୁ ୧୦ ଉର୍ଦ୍ଧ୍ବ ଗୋଧି ଥିବାର ଦେଖିବାକୁ ପାଇଥିଲେ। ସେଥି ମଧ୍ୟରୁ କେତୋଟି ଗୋଧି ମରି ଯାଇଥିଲେ। ଗୋଧି ଗୁଡିକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ନିଜ ହେପାଯତ କୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।
 
 
 
powered by social2s