ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ରୁଷିଆ ର କୋଭିଡ ଟୀକା Sputnik V. ଭୁବନେଶ୍ବର କେଆର ହସ୍ପିଟାଲରେ ୧୧୪୫ ଟଙ୍କାରେ ଉପଲବ୍ଧ ହେବ ଏହି ଟୀକା। କୋଉଇନ ଆପ ରେ ପଞ୍ଜିକରଣ କରି କାଲିଠାରୁ ନେଇହବ ଟୀକା। ଆଜି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଧନଙ୍କୁ ଜୁନ ମାସ ଟୀକାକରଣ ପାଇଁ ଚିଠି ଲେଖିଛନ୍ତି। ମନ୍ତ୍ରୀ ଲେଖିଛନ୍ତି ଯେ ରାଜ୍ୟ ପାଖରେ ଏବେ ସାଢ଼େ ୩ ଲକ୍ଷ ଡୋଜ କୋଭିସିଲଡ଼ ଟୀକା ଅଛି। ମଙ୍ଗଳବାର ରାଜ୍ୟରେ ଆଉ କୋଭିସିଲଡ଼ ଟୀକା ରହିବନି। ତେଣୁ ରାଜ୍ୟକୁ ଆଉ ୬ ଲକ୍ଷ ଡୋଜ କୋଭିସିଲଡ଼ ମାଗିଲେ ମନ୍ତ୍ରୀ।
powered by social2s

