ନଭି ମୁମ୍ବାଇରେ ରଥଯାତ୍ରା ଓ ଆଧ୍ୟାତ୍ମିକ ସତସଙ୍ଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମୁମ୍ବାଇ/ଭୁବନେଶ୍ୱର: ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (MOWA) ପକ୍ଷରୁ ନଭିମୁମ୍ବାଇ, ଖାରଘର ସେକ୍ଟର-୫ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଜୁଲାଇ ୧୨ ତାରିଖ ରେ ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରଶାସନ ନୀତି ନିୟମକୁ ମାନି କେବଳ ପୂଜା ପଣ୍ଡା ଏବଂ ଅଳ୍ପ ସେବକମାନଙ୍କ ଦ୍ୱାରା ସମ୍ପନ ହୋଇଯାଇଛି।

ସକାଳ ୭.୩୦ରେ ନୀତିକାନ୍ତି ଆରମ୍ଭ ହୋଇ ସକାଳ ୧୦.୩୦ରେ ପହଣ୍ଡି, ଛେରାପହଁରା ହୋଇ ଦିନ ୩ଟା ରେ ମାଉସୀ ଘରକୁ ଯାତ୍ରା କରିଥିଲେ। ମୋୱାର ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ପ୍ରତିବର୍ଷ ଭଳି ଛେରାପହଁରା ଦାୟିତ୍ୱ ତୁଲାଇ ଥିଲେ। ଏହି ସମୟରେ ମନ୍ଦିରର ଅନ୍ୟ ସଦସ୍ୟ: ରଞ୍ଜିତ ମହାନ୍ତି, ସରୋଜ ମହାନ୍ତି, ମନ୍ଦିର ପୂଜାପଣ୍ଡା ସୁବାସ ଚନ୍ଦ୍ର ତ୍ରିପାଠୀ, ଅନିରୁଦ୍ଧ କୁଣ୍ଡ, ଗୌରାଙ୍ଗ ସ୍ୱାଇଁ, ପୂଜା ପଣ୍ଡା ମାର୍କଣ୍ଡ ପାଣିଗ୍ରାହୀ, ପୂଜାପଣ୍ଡା ବିଭୁତି ଦାଶ, ମାଗୁଣି ରାଉତ, ନିତ୍ୟାନନ୍ଦ ମହାନ୍ତି, ଶ୍ରୀକାନ୍ତ ପାଢୀ, ଦୀପକ ସାହୁ, ଜଗବନ୍ଧୁ ଉପସ୍ଥିତ ରହି ସମସ୍ତ ବିଧି ବିଧାନରେ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ।

ମନ୍ଦିର ତରଫରୁ ବିଗତ ଦୁଇ ବର୍ଷ ହେଲା ପ୍ରତି ଶନିବାର ଓ ରବିବାର ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ କରାଯାଉଛି। ଗଜପତିଙ୍କ ଆଶୀର୍ବାଦ ରୁ ଜୁନ ୧ ତାରଖରୁ ପ୍ରତ୍ୟେକ ଦିନ ସକାଳ ୬.୩୦ ରେ ଚିନ୍ମୟ ମିଶନ ପକ୍ଷରୁ ଗୀତା ଜ୍ଞାନର ଆଲୋଚନା ସ୍ୱାମୀ ଚିଦନାନନ୍ଦ ଏବଂ ସ୍ୱାମୀ ମାଧବାନନ୍ଦ ସରସ୍ବତୀଙ୍କ ଦ୍ୱାରା ଅନଲାଇନରେ ହୋଇଆସୁଛି। ଏହାଛଡା ସ୍କନ୍ଦପୁର, ଭାଗବତ କଥା, ରାମଚରିତ ମାନସ ଇତ୍ୟାଦି MOWA, "ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାରଲଡ଼ ୱାଇଡ଼" ଏବଂ ଭୁବନେଶ୍ୱର ସ୍ଥିତ ମ୍ୟାକ ଗ୍ରୁପ ସହ ମିଳିତ ଉଦ୍ୟମରେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସୁଚାରୁରୂପେ ହୋଇଆସୁଛି।

 

powered by social2s