ଭୁବନେଶ୍ୱର: ବ୍ଲାଙ୍କୋଫାନଟାସଟୀକା ଜଦାର,କ୍ରୋଏସିଆ # ପ୍ରିକ୍ସଟନ ଚର୍ଚ୍ଚ ଓ ୟୁନିଭରସିଟି, ଫ୍ଲୋରିଡା ଓ ଇଣ୍ଟରନେସନାଲ, ଅରଗାନାଇଯେସନ ଅଫ କଳଚର, ହିମାନିଟୀ ଏବଂ ସାଇନ୍ସ, ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଓଡ଼ିଶାଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି ।
ପୂର୍ବରୁ ଡାଇନାମିକ ପିସ ରେସ୍କ୍ୱ ମିଶନ ଇଣ୍ଟର ନେସନାଲ, ନାଇଜେରିଆ, ଉନିଅନ୍ ଅଫ କଲଚର ଏବଂ ୱାଲ୍ଡ ପିସ, ଜର୍ମାନୀ ବର୍ଲିନ ଓ ଅଲ ବାୟନ୍ ନିୟୁଜ ପେପର ଆଣ୍ଡ ହ୍ୟୁମାନଟେରୀ, ନମଲ ଜିୱାନନନ୍ଦ ଫାଉଣ୍ଡେସନ ଶ୍ରୀଲଙ୍କା,ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ମଧ୍ୟ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି।
ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି ଯେ ପ୍ରତିଷ୍ଠାନର ପ୍ରତିଷ୍ଠାତା ମାନଙ୍କୁ ଧନ୍ୟବାଦ ଓ ଆମର ଶୁଭେଚ୍ଛା ପ୍ରଦାନ କରୁଛୁ। ଏହି ସମ୍ମାନ ଆମ ଅନୁଷ୍ଠାନର ସମସ୍ତ ସଦସ୍ୟ,ସଦସ୍ୟା ଓ ଆମର ସମସ୍ତ ଶୁଭେଛୁଙ୍କ ସହାୟତା ଯୋଗୁ ସମ୍ଭବ ହୋଇପାରିଛି। ଏହି ସମ୍ମାନ ଆଗାମୀ ଦିନରେ ଆମକୁ ଅଧିକ ମାନବ ସେବା କରିବା ନିମନ୍ତେ ପ୍ରେରଣା ଦେବ ବୋଲି ମହାପାତ୍ର ଆଶା କରିଛନ୍ତି।
ଶ୍ରୀ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ଡକ୍ଟରେଟ୍ ଉପାଧି ପ୍ରଦାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

