ଭୁବନେଶ୍ୱର: ଆଦ୍ୟ ତା ୨୮/୭/୨୧ରିଖ ମଙ୍ଗଳବାର ସନ୍ଧ୍ୟା ସାତଟା ରେ ପ୍ରତିଷ୍ଠାତା ସମ୍ପାଦକ ବଳରାମ ତରାଇ ଙ୍କ ଆହ୍ବାନ କ୍ରମେ ନିଶିଗନ୍ଧା ଖବର ର ଉପ ସଭାପତି ଶ୍ରୀ ନିରଦ ଚନ୍ଦ୍ର ଜେନା ଙ୍କ ସଭାପତିତ୍ୱରେ ଗୁଗଲ ମିଟ ମାଧ୍ୟମରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକକୁ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ସଭାପତି ଶ୍ରୀ ଚକ୍ରଧର ତ୍ରିପାଠୀ ପରିଚାଳନା କରିଥିଲେ।ଚଳିତ ଜୁଲାଇ ମାସରେ ଅନୁଷ୍ଠାନ ତରଫରୁ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକର ଆୟବ୍ୟୟ ସହ ସାହିତ୍ୟ ର ବିକାଶ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।
ବୈଠକରେ ଆଲୋଚିତ ବିଷୟ ବିନ୍ଦୁ:_
ଶ୍ରୀ ଜେନା ଙ୍କ ଉପସ୍ଥାପନ କରିଥିବା ଆୟ ବ୍ୟୟ ଅଟକଳ ରୁ ମିଳିଥିବା ତଥ୍ୟ ଭିତ୍ତିରେ ଅନୁଷ୍ଠାନ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଲ ନ ଥିବା ନେଇ ପରବର୍ତ୍ତୀ ସମୟରେ ବିନା ଅର୍ଥରେ ବା ଅତି କମ୍ ଖର୍ଚ୍ଚ ରେ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରାଯିବ ବୋଲି ସମସ୍ତେ ସମ୍ମତି ପ୍ରଦାନ କରିଥିଲେ।
* ବୃକ୍ଷ ରୋପଣ ତଥା ଜଗନ୍ନାଥ ସେବା ପ୍ରତିଷ୍ଠାନ ର ଷଷ୍ଠ ସ୍ୱ ନକ୍ଷତ୍ର ଦିବସ ରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ହୋଇଥିବା ଆନୁସାଙ୍ଗିକ ଖର୍ଚ୍ଚ ଯାହା ବାକି ରେ ରହିଛି ତାକୁ କର୍ମକର୍ତ୍ତା ମାନେ ଯେଉଁମାନେ ଇଚ୍ଛାପ୍ରକାଶ କରୁଛନ୍ତି ଦେବା ପାଇଁ କିଛି ସେମାନେ ନିଜ ନିଜ ସାମର୍ଥ୍ୟ ଓ ସ୍ୱଇଛାରେ କିଛି ଅର୍ଥ ରାଶିର ସହଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ବିନମ୍ର ନିବେଦନ କରାଗଲା।
* ନିଶିଗନ୍ଧା ଖବର କାଗଜ ପାଇଁ ଲେଖାର ଚୟନ,ଖବର ଛପିବl ପାଇଁ ଲାଗୁଥିବା ଖର୍ଚ୍ଚର ପରିମାଣକୁ କମ କରିବାର ବିକଳ୍ପ ପନ୍ଥା ର ଅନୁସରଣ କରିବା,ଖବର କାଗଜ ପାଇଁ ବିଜ୍ଞାପନର ଗୁରୁତ୍ଵ ଆଦି ଉପରେ ଶ୍ରୀ କୈଳାଶ ଚନ୍ଦ୍ର ପଟନାୟକ,ଗଣେଶ ଚନ୍ଦ୍ର ଜେନା,ଶ୍ରୀ ଗୋବିନ୍ଦ ଚନ୍ଦ୍ର ଫାରାକ ଙ୍କ ମତାମତ ଉପରେ ବିଶେଷ ଗୁରୁତ୍ବ ଦିଆଯାଇ ପରବର୍ତ୍ତୀ ସଙ୍କଳନର ରୁପ ରେଖ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱରେ ଥିବା ସନ୍ତୋଷ ବାରିକଙ୍କୂ ଅନୁରୋଧ କରାଯାଇଥିଲା ।
*ସନ୍ତୋଷ ବାରିକ ସ୍ଵତନ୍ତ୍ର ଭାବରେ ନିଜେ ଲଞ୍ଚ କରିଥିବା ଏକ ନୂତନ ମିନି ୱେବସାଇଟ ର କାର୍ଯ୍ୟକାରିତା ଓ ସାହିତ୍ୟ ସାଧକଙ୍କ ପାଇଁ ଏହାର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଆସନ୍ତା ସେପ୍ଟେମ୍ବର 1 ତାରିଖରେ ପ୍ରତିଷ୍ଠାତା ବଳରାମ ତରାଇଙ୍କ ପିତାଙ୍କ ଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କରି ସ୍ମୃତି ରେ ଏକ ପତ୍ରିକା ଉନ୍ମୋଚନ କରିବା ସକାଶେ ଲେଖା ଗୁଡ଼ିକ ପଠେଇ ବା ପାଇଁ ଆହ୍ଵାନ ଦିଆଯାଇଥିଲା।
ଏହି ବୈଠକରେ ପାଠ ପ୍ରଦର୍ଶକ ଶ୍ରୀ ପଦ୍ମନାଭ ସାର୍, ସମ୍ପାଦିକା ସରସ୍ବତୀ ନାଏକ,ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି, ମୁଖପାତ୍ର ଜ୍ୟୋତିରଂଜନ ଦାଶ ,ସଂଗଠନ ସମ୍ପାଦିକା ଅନୁସୁୟା ଦେବତା,ନାରୀ ସଶକ୍ତିକରଣ ସଭାପତି କୌଶଲ୍ୟା ବେଉରିଆ, ଆରୁଣି ତ୍ରିପାଠୀ, ସହ ସମ୍ପାଦିକା ପୁଷ୍ପଲତା ସାହୁ, ଅର୍ଚ୍ଚନା ଦାଶ,ମମତା ସାହୁ,ସନ୍ତୋଷ ପାଢ଼ୀ, ଗୋଦାବରୀଶ ଦାଶ,ପ୍ରେମାନନ୍ଦ କୁସୁମ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ।
ଶେଷରେ ସଂଗଠନ ସମ୍ପାଦକ ଶ୍ରୀ କୈଳାଶ ପଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ନିଶିଗନ୍ଧା ସାହିତ୍ୟ ସଂସଦର ଭର୍ଚୁଏଲ୍ ସମୀକ୍ଷା ବୈଠକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s