ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଟ୍ରଷ୍ଟ୍ , ଖୋର୍ଦ୍ଧା ଆନୁକୁଲ୍ୟରେ ୭୫ ତମ ସ୍ବାଧୀନତା ଦିବସ କୋଭିଡ୍ କଟକଣା ପ୍ରତି ସଚେତନ ରହି ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାଶ, ନିଶିଗନ୍ଧାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ସଭାପତି ଚକ୍ରଧର ତ୍ରିପାଠୀ ଏବ° ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଉଭୟ ଅତିଥି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ସ୍ବାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ବୁଝାଇ ଉଦ୍ ବୋଧନ ଦେଇଥିଲେ ।
ପ୍ରତିଷ୍ଠାତା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।
powered by social2s

