![]()
ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀର ଯୋଗମାୟା ଆବିର୍ଭାବ ଦିବସରେ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ପ୍ରତିବର୍ଷ ଭଳି ମାଆଙ୍କ ମାଟି ଅନୁକୂଳ କରାଯାଇଥିଲା।
କୁଆଖାଇ ନଦୀ କୂଳରେ ପୂଜା କରାଯାଇ ଦୁର୍ଗା ପୂଜା ସମିତିର ମଣ୍ଡପ ଗୃହରେ ମାଟି ଆଣି ରଖାଯାଇଥିଲା।
ପ୍ରଶାସନର ନିଷ୍ପତ୍ତି ଅନୂଜାୟୀ ୪ ଜଣ ଯାଇ ବିନା ଆଡ଼ମ୍ବରରେ କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଗିରିଶ ପ୍ରସାଦ ରଥ, ଅଚ୍ୟୁତ ବେହେରା, ଆର୍ତ୍ତବନ୍ଧୁ ପରିଡ଼ା ଓ ଅନ୍ୟମାନେ ପୂଜାର୍ଚ୍ଚନା ପରେ ମଣ୍ଡପକୁ ଫେରିଥିଲେ।
ଆଗାମୀ ଦିନରେ ସରକାରଙ୍କ ନିଷ୍ପତି ଅନୁଯାୟୀ କାର୍ଯ୍ୟକ୍ରମ ଗୁଡ଼ିକ କରାଯିବ ବୋଲି ସମିତିର ସାଧାରଣ ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି।
powered by social2s

