ଭଦ୍ରକ: ମାନବ ସେବାକୁ ମାଧବ ସେବା ଭାବେ ବିବେଚନା କରି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଗ୍ରାମ ବାସୀନ୍ଦା ଗୌତମ ସାହୁ ନିଜକୁ ସମାଜ ସେବାରେ ଉତ୍ସର୍ଗୀକୃତ କରାଇଛନ୍ତି।
ଦିନ ମଜୁରିଆ ଭଳି ଅତି ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ପିଲାଟି ବେଳୁ ମା ଶାନ୍ତିଲତା ଓ ବାପା ସୁରେନ ସାହୁ ଙ୍କ ଦିଗଦର୍ଶନ ରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ।
ଗାଁ ସ୍କୁଲରୁ ମାଧ୍ୟମିକ ଶିକ୍ଷା ଶେଷ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରେ ଭୁବନେଶ୍ୱର ରୁ ହୋଟେଲ ମ୍ୟାନେଜମେଣ୍ଟ ରେ ଡିଗ୍ରୀ ଓ ପିଜି ଶିକ୍ଷା ଲାଭ କରୁଛନ୍ତି ଗୌତମ।
ଆଜକୁ ମାତ୍ର ୨୮ ବର୍ଷ ବୟସରେ ସେ ୨୮ ଥର ରକ୍ତଦାନ ଭଳି ପୁଣ୍ୟକାମ କରିଛନ୍ତି।
ଏନ ଏସ ଏସ, ଆର ଏସ ଏସ, ଏବିଭିପି, ସ୍ୱଦେଶୀ ଜାଗରଣ ମଞ୍ଚ, ଭଦ୍ରକ ଜିଲ୍ଲା ସଂଗଠନ, ବନ୍ଧୁ ଆମେ ରକ୍ତ ଦାତା କଟକ ଭଳି ଅନେକ ସଂଗଠନ ସହିତ ଜଡ଼ିତ ରହି ସମାଜସେବାରେ ମନନିବେଶ କରିଛନ୍ତି।
ସମାଜ ସେବା ପାଇଁ ବେଶ ପରିଚିତ ଗୌତମ ମହାନଦୀ ଚହଟା ଘାଟକୁ ପରିସ୍କାର ରଖିବା ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଏକ ଅଭିଯାନ ଚଳାଇଛନ୍ତି। ୟୁଟ୍ୟୁବ ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ପ୍ରସ୍ତୁତ କରି ସାଧାରଣ ଲୋକମାନଙ୍କୁ ଚହଟା ଘାଟକୁ ସଫା ସୁତେରା ତଥା ସୁନ୍ଦର କରି ରହିବା ପାଇଁ ଉପଦେଶ ଦେଇଛନ୍ତି।
ମହାନଦୀକୁ ଓଡ଼ିଶାର ଗଙ୍ଗା କହି ଗଙ୍ଗା ମାତାଙ୍କୁ ପରିସ୍କାର କରି ରଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ଗୌତମ ନିଜର ସମାଜସେବା ପାଇଁ ଅନେକ ଜାଗାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି।
ମାନବ ସେବାକୁ ମାଧବ ସେବା ଭାବେ ବିବେଚନା କରି ନିଜକୁ ସମାଜ ସେବାରେ ଉତ୍ସର୍ଗୀକୃତ କଲେ ଗୌତମ ସାହୁ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s
ଭଦ୍ରକ: ମାନବ ସେବାକୁ ମାଧବ ସେବା ଭାବେ ବିବେଚନା କରି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଗ୍ରାମ ବାସୀନ୍ଦା ଗୌତମ ସାହୁ ନିଜକୁ ସମାଜ ସେବାରେ ଉତ୍ସର୍ଗୀକୃତ କରାଇଛନ୍ତି। 
