ଖୋର୍ଦ୍ଧାର ସମାଜସେବା ସ୍ବର୍ଗତ ବଲ୍ଲଭ ତରାଇଙ୍କ ୨୪ ତମ ଶ୍ରାଦ୍ଧଉତ୍ସଵରେ ସମ୍ମାନିତ ହେବେ ବିଶିଷ୍ଟ ବ୍ୟକ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ଖୋର୍ଦ୍ଧାର ସମାଜସେବା ସ୍ବର୍ଗତ ବଲ୍ଲଭ ତରାଇଙ୍କ ୨୪ ତମ ପୂଣ୍ୟ ତିଥି ଆସନ୍ତା ୧୮ ତାରିଖରେ ପାଳନ ହେବାକୁ ଯାଉଛି।

 

ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

 

ଶ୍ରୀ ବଲ୍ଲଭ ତରାଇ ସମାଜସେବୀ ସ୍ମୃତି ସମ୍ମାନ-୨୦୨୧ ନିମନ୍ତେ ଚୟନ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବଲ୍ଲଭ ପୁସ୍ତକ ଲୋକାର୍ପଣ ଓ କବିତା ପାଠ ହେବ।

 

ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ହେଲା ବଲ୍ଲଭ ତରାଇ ଭଜନ ସମାରୋହ, ନିଶିଗନ୍ଧା ଜନ କଲ୍ୟାଣ ପାଣ୍ଠିର ଶୁଭ ଲୋକାର୍ପଣ, ଐତିହ ସ୍ଥାନ ପଞ୍ଚମହାଦେବଙ୍କ  ପୀଠ ପରିଭ୍ରମଣ, କଂକଣ ଶିଖରୀ ସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ, ସାହିତ୍ୟ ସାରସ୍ୱତ ସମାରୋହ ତଥା ବନ୍ଧୁ ମିଳନ ।

 

ସକାଳ ୧୦ ଘଟିକାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହାଟବରଡିହ ଗ୍ରାମରେ ସ୍ବର୍ଗତ ବଲ୍ଲଭ ତରାଇଙ୍କ ଚବିଶିତମ ପୂଣ୍ୟ ତିଥି ପାଳନ ସମାରୋହରେ ଏହି କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହେବ ।

 

ସମ୍ବର୍ଦ୍ଧନା ପାଇଁ ଚୟନ ହୋଇଥିବା ବ୍ୟକ୍ତି ମାନେ ହେଲେ-

୧.ହୀରାଲାଲ ପାଢ଼ୀ-ଗଂଜାମ

୨.ଗୋବିନ୍ଦ ଚନ୍ଦ୍ର ଫାରକ-ପୁରୀ

୩.ନୀରଦ ଚନ୍ଦ୍ର ଜେନା-କନ୍ଧମାଳ

୪.ଗଣେଶ ଚନ୍ଦ୍ର ଜେନା-ବାଲେଶ୍ୱର

୫.ପୁଷ୍ପିତା ଭୋଇ-ଜଗତସିଂହପୁର

୬.ପ୍ରେମାନନ୍ଦ କୁସୁମ-ଝାରସୁଗୁଡା

୭.କୁଳମଣୀ ସାହୁ-କଟକ

୮.ମମତା ସାହୁ-ଢେଙ୍କାନାଳ

୯.କୌଶଲ୍ୟା ବେଉରିଆ -କନ୍ଧମାଳ

୧୦.କୈଳାସ ଚନ୍ଦ୍ର ପଟ୍ଟନାୟକ-ଝାରସୁଗୁଡା

୧୧. ଜ୍ୟୋତିରଞ୍ଜନ ଦାଶ- ନୟାଗଡ଼

୧୨.କରୁଣାକର ଘଣ୍ଟୁଆଳ-ବୌଦ୍ଧ

୧୩.କରୁଣାକର ମଲ୍ଲିକ-ମାଲକାନଗିରି

୧୪.ଅନୁସ୍ବୟା ଦେବତା-ବରଗଡ଼

୧୫.ନୀଳମଣି ଥପା - ଝାରସୁଗୁଡ଼ା

୧୬.ଗଗନ ବିହାରୀ ସ୍ୱାଇଁ-କଟକ

୧୭.ଅଖିଳେଶ କୁମାର ପଲେଇ- ଖୋର୍ଦ୍ଧା

୧୮.ପ୍ରତିମା ପ୍ରଧାନ-ଖୋର୍ଦ୍ଧା

୧୯.ବୁନୀ ତ୍ରିପାଠୀ-ଖୋର୍ଦ୍ଧା

୨୦.ମାନସ ରଞ୍ଜନ ମହାନ୍ତି-କେଉଁଝର

୨୧.ବିପିନ ବିହାରୀ ସ୍ୱାଇଁ-କଟକ

୨୨ .ଇଂ. ଅର୍ଚ୍ଚନା ଦାସ-ନୟାଗଡ଼

୨୩. ଭଗବାନ ଓତା-ଝାରସୁଗୁଡ଼ା

୨୪.ଅନୀଲ ଦୀକ୍ଷିତ -ଜଗତସିଂହପୁର

୨୫.ପଣ୍ଡିତ ନାରାୟଣ ରଥ-ଖୋର୍ଦ୍ଧା

               

 

 

powered by social2s