![]()
ଦରିଙ୍ଗିବାଡ଼ି: ପାହାଡ଼ଘେରା ଘନଜଙ୍ଗଲ ସବୁଜିମାରେ ସୁଶୋଭିତ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ନିର୍ମଳାକୃତୀ ବିକାଶ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଏବଂ କନ୍ଧମାଳ ଜିଲ୍ଲାର ପାଖାପାଖି ସତୁରିଜଣ ଆର୍ଟିସିଆନ ମାନଙ୍କୁନେଇ ଆୟୋଜନ କରାଯାଇଥିଲା ଏକ ଭିନ୍ନ ସ୍ୱାଦର ମେଳା "ଚଉପାଲ"।
ସବୁବର୍ଗର ଶିଳ୍ପୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟପତ୍ର କରାଇଦେବା ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି ସାମଗ୍ରୀ ଗୁଡିକୁ କିପରି ବିଶ୍ଵଦରବାରରେ ପ୍ରଚାର ପ୍ରସାର କରାଯାଇପାରିବ ଏବଂ କେନ୍ଦ୍ରସରକାରଙ୍କ ଶିଳ୍ପୀ ଭତା କିପରି ମିଳିପାରିବ ତାହାରି ଉପରେ ବିଶେଷ ଆଲୋଚନା କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ହାଣ୍ଡିକ୍ରାଫ୍ଟର ରିଜୋନାଲ ଡିରେକ୍ଟର ନିରଲକ୍ଷ୍ମୀ ପଲେଇ ମାଡାମ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସହଯୋଗ କିପରି ପହଂଚିପାରିବ ତାହାରି ଉପରେ ବିଶେଷ ଧ୍ୟାନ ଆକର୍ଷଣ କରିଥିଲେ।ସ୍ଥାନୀୟ ଜାଗୃତି ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାଶ ଦଣ୍ଡପାଟ ସ୍ଥାନୀୟ କଳାକାରମାନଙ୍କୁ ଚିହ୍ନଟ କରି ପ୍ରଥମେ କିପରି ପରିଚୟପତ୍ର ଟିଏ ପାଇପାରିବେ ତାହାରି ଉପରେ ବ୍ୟକ୍ତବ୍ୟ ରଖିଥିଲେ।ଏଥିରେ ଯୋଗ ଦେଇଥିଲେ ସମ୍ବଲପୁର ଆର୍ଟ ଏଣ୍ଡ କ୍ରାଫ୍ଟର ଆଡ଼ିସିନାଲ ଡିରେକ୍ଟର ଆକାଶ ଶ୍ରୀବାସ୍ତବ, HPO ଅଶ୍ରଫୁଲ ଆଲାମ,CTO ଧନଜିତ କୁମାର ଏବଂ ଟି କେ ଦାଶ, ଆକାଉଣ୍ଟ ଅଫିସର। world act ର ସେକ୍ରେଟାରୀ ଶ୍ରୀଯୁକ୍ତ ବିପିନ ବିହାରୀ ସାହୁ ସଭା ପରିଚାଳନା କରିଥିଲେ।ଶେଷରେ ନିର୍ମଳା କୃତି ବିକାଶ ଟ୍ରଷ୍ଟର ଚେୟାରମ୍ୟାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଅନ୍ୟ ଜିଲ୍ଲା ମାନଙ୍କରେ ଜାରିରହିବ ବୋଲି ଘୋଷଣା କରିଥିଲେ। ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବନ୍ଦବସ୍ତ କରାଯାଇଥିଲା।
ଟ୍ରଷ୍ଟର ଏହିଭଳି କାର୍ଯ୍ୟକ୍ରମକୁ ସ୍ତାନୀୟବସିନ୍ଦା ଭୁରିୟସୀ ପ୍ରଶଂସା କରିଥିଲେ।
ଶିଳ୍ପୀ ମାନଙ୍କୁ ନେଇ ଏନକେବିଟିର "ଚଉପାଲ" ଆୟୋଜନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

