ଜୀବନ ର ମାନେ ଉତ୍ଥାନ ପତନ
ନୁହେଁ ସିଏ ଚିରସ୍ଥାୟୀ
ସମୟ ର ପଥ ଅତିକ୍ରମ କଲେ
ଲାଗିରହେ ଖରା ଛାଇ।।।
ସଫଳ ହେବାକୁ ରଖ ଯଦି ଆଶା
ଏକାଗ୍ରତା ରହୁ ମନେ ସାହସ
ଉଦ୍ୟମ ସର୍ବଦା ଜାରି ରଖିଥିବ
ମୁଖେ ଥାଉ ସଦା ଉଲ୍ଲାସ।।
ନିରାଶା କୁ ଯଦି ଆଶା ରେ ଫେଡ଼ିବ
ପାଇଯିବ ତୁମେ ଶାନ୍ତି
ଅହଙ୍କାର ସହ କ୍ରୋଧ କୁ ହରିଲେ
ନିଶ୍ଚେ ଯେ ମିଳିବ ମୁକ୍ତି।।
ସୁଶ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ
ସାମାଜିକ କର୍ମୀ
ଜଗତସିଂହପୁର
powered by social2s

