କ୍ରୀଡା ଓ ଯୁବସେବା ମନ୍ତ୍ରୀଙ୍କ ସହ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସୌଜନ୍ୟମୂଳକ ସାକ୍ଷାତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଜି ଇଲେକ୍ଟ୍ରୋନିକ୍ସ,ସୂଚନା ପ୍ରଯୁକ୍ତି,କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

 

ଆଜି ପୂର୍ବାହ୍ନରେ କୁଳପତି ପ୍ରଫେସର ତ୍ରିପାଠୀ ମନ୍ତ୍ରୀଙ୍କ ବାସଭବନରେ ପହଂଚି ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡା କ୍ଷେତ୍ରରେ ଅନେକ ଉନ୍ନତି ମୁଳକ କାର୍ଯ୍ୟ ହୋଇଛି। ଏଥି ସହ କ୍ରୀଡ଼ା ପାଇଁ ଆଜି ଓଡିଶା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି।ଏଥିପାଇଁ କୁଳପତି ଶ୍ରୀ ତ୍ରିପାଠୀ ରାଜ୍ୟ ସରକାର ତଥା କ୍ରୀଡା ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ।

 

ଏହି ଅବସରରେ କୁଳପତି ଶ୍ରୀ ତ୍ରିପାଠୀ ବିଶ୍ୱବିଦ୍ୟାଳୟ ଠାରେ ଏକ ଫୁଟବଲ ପଡିଆ ବିକଶିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରସ୍ତାବ ଦେଇଥିଲେ।ଏହି ପ୍ରସ୍ତାବ କୁ ମନ୍ତ୍ରୀ ଶ୍ରୀ ବେହେରା ଗ୍ରହଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ।ଏଥି ସହିତ ଖୁବ ଶୀଘ୍ର ମନ୍ତ୍ରୀ ଶ୍ରୀ ବେହେରା ନିଜେ ବାଲେଶ୍ବର ଗସ୍ତରେ ଯାଇ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ ବୋଲି କହିଥିଲେ।

 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଏବଂ ଯୁବସମାଜର ଉନ୍ନତି ପାଇଁ ଯେଉଁ ବିରାଟ ଲକ୍ଷ ରଖିଛନ୍ତି ତାହାକୁ ପୁରଣ କରିବା ଆମର ପ୍ରଥମ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବିଶ୍ୱବିଦ୍ୟାଳୟର ଶିକ୍ଷା ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ କୁଳପତିଙ୍କ ସହ ଆଲୋଚନା କରିଥିଲେ ।

 

powered by social2s