ଗ୍ୟାସ୍ ଲିକ୍ ରୁ ଅଗ୍ନିକାଣ୍ଡ, ୩ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ରୋଷେଇ ଗ୍ୟାସ୍ ରୁ ନିଆଁ ଲାଗି ୩ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗର ରେ ଘଟିଛି ଏହି ଅଘଟଣ। ସୂଚନା ଅନୁଯାୟୀ ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡର ଲିକ୍ ଯୋଗୁ ଏକ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଘର ର ୩ ଜଣ ସଦସ୍ୟ ଜୀବନ ବଞ୍ଚାଇବାକୁ ଉପରୁ ତଳକୁ ଡେଇଁପଡ଼ିଥିଲେ। ସେମାନେ ସାମାନ୍ୟ ଆହତ ହୋଉଥିବାରୁ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

powered by social2s