ଭୁବନେଶ୍ୱର: ଆଜିଠୁ ବ୍ଲାଷ୍ଟିଙ୍ଗ ଦ୍ଵାରା ହେବ ଚିଲିକାରେ ବେଆଇନ ଭାବେ ହୋଇଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ।ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। ବ୍ରହ୍ମଗିରି ତହସିଲ ଓ ସୁନାମୁହିଁ ରାଜସ୍ୱ ଅଞ୍ଚଳର ବାହ୍ୟ ଚିଲିକାରେ ବେଆଇନ ଭାବେ ହୋଇଥିବା ହଜାର ଏକର ବିଶିଷ୍ଟ କଣ୍ଟେଇ ଘେରିକୁ ଉଚ୍ଛେଦ କରାଯିବ।ଘେରିରେ ହୋଇଥିବା ମାଟି ବନ୍ଧର ପ୍ରତି ୬ ଫୁଟ ବ୍ୟବଧାନରେ ଗାତ କରାଯାଇ ୧୦୦ ଟି ଡିନାମାଇଟ୍ ଖଞ୍ଜା ଯାଇଛି। ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
powered by social2s

