ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମାଷ୍ଟରକ୍ୟାଣ୍ଟିନ ଛକରେ ୭ ରାଜନୈତିକ ଦଳର ପକ୍ଷରୁ ଆଜି ଧାରଣା ଦିଆଯାଇଥିଲା। କୃଷି ଆଇନ ପ୍ରତ୍ୟାହାର ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଦିଆଯାଇଥିଲା ଧାରଣା। ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦ ଡାକରାକୁ ସମର୍ଥନ ଦିଆଯିବାକୁ ଚେତାବନୀ ଦେଇଛନ୍ତି ରାଜନୈତିକ ଦଳର ସଦସ୍ୟ। କେନ୍ଦ୍ର ସରକାରଙ୍କ ତିନୋଟି ନୂଆ ଆଇନ ବିରୋଧରେ ଗତ ୯ ମାସ ଧରି ଆନ୍ଦୋଳନ କରୁଥିବା ମିଳିତ କିସାନ ମୋର୍ଚ୍ଚା ସେପ୍ଟେମ୍ବର ୨୭ ରେ ଭାରତ ବନ୍ଦ ଘୋଷଣା କରିଛି।
powered by social2s

