ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ପେପରରେ ମତଦାନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ପେପରରେ ଆଜିଠୁ ମତଦାନ ଆରମ୍ଭ ହୋଇଛି। ପୋଷ୍ଟାଲ ବାଲାଟ ଗାଡ଼ିର ଶୁଭାରମ୍ଭ କରିଛନ୍ତି କଟକ ଜିଲ୍ଲାପାଳ ସମର୍ଥ ବର୍ମା। ସୂଚନା ଅନୁଯାୟୀ, ୮୦ରୁ ଉର୍ଦ୍ଧ୍ବ ବର୍ଷ ବୟସର ଲୋକଙ୍କ ସହିତ ଦିଵ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତଙ୍କ ପାଇଁ ହୋଇଛି ଏହି ବ୍ୟବସ୍ଥା। ମାଇକ୍ରୋ ଅବଜରଭର ଓ ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମତଦାନ ଗ୍ରହଣ କରିବେ। ଏହି ପ୍ରକ୍ରିୟା ୫ ଦିନ ଧରି ଚାଲିବ। ଡେଲାଙ୍ଗ ବ୍ଲକ୍ ର ୭୧୨ ଓ ପିପିଲି ବ୍ଲକ୍ ର ୩୬୫ ମୋଟ୍ ୧୦୭୭ ଜଣ ଭୋଟ୍ ଦେବେ ।

powered by social2s