ଭୁବନେଶ୍ୱର: ନଭେମ୍ବର ୧ ତାରିଖରୁ ୟୁଜି ( ସ୍ନାତକ) ପ୍ରଥମ ବର୍ଷ ପାଠପଢା ଶ୍ରେଣୀ ଗୃହରେ ଆରମ୍ଭ ହେବ ବୋଲି ଜଣାପଡିଛି। ସେହିପରି ନଭେମ୍ବର ୧୫ ତାରିଖରୁ ପିଜି ( ସ୍ନାତକୋତ୍ତର) ପ୍ରଥମ ବର୍ଷ ଅର୍ଥାତ ନୂଆ କରି ଯୋଗଦେଇଥିବା ଛାତ୍ରଛାତ୍ରୀ ଙ୍କ ପାଠପଢା ମଧ୍ୟ ଶ୍ରେଣୀ ଗୃହରେ ଆରମ୍ଭ ହେବ। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ ର କୂଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖିଛନ୍ତି । ତେବେ କୋଭିଡ଼ କଟକଣା ମାନି ସମସ୍ତ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପାଠ ପଢିବେ ବୋଲି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।
powered by social2s

