ଭୁବନେଶ୍ୱର: ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ତରଫରୁ ନେହେରୁ ବସ୍ତି, ୟୁନିଟ-୮ ପରିବାର ପରାମର୍ଶ ସମ୍ପର୍କିତ ଗୋଷ୍ଠିସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ନେହେରୁ ବସ୍ତିର ଯୁବତୀ ଏବଂ ମହିଳା ମାନେ ବହୁତ ସଂଖ୍ୟାରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ବିଜୟଲକ୍ଷ୍ମୀ କର ପରିବାର ପରାମର୍ଶଦାତ୍ରୀ ସମାଜରେ ଘଟୁଥିବା ପରିବାରର ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସମ୍ପର୍କରେ ଅବଗତ କରିଥିଲେ। ରେଡ଼କ୍ରସ ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ସହାୟତା ରେ ପାରସ୍ପରିକ ବୁଝାମଣା ମାଧ୍ୟମରେ ପରିବାର ର ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ।
ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ଅତ୍ୟାଚାର ସହ ଏହାର ନିରାକରଣ ଓ ଏହା ପାଇଁ ଉଦିଷ୍ଟ ଥିବା ଆଇନ ଗତ ଧାରା ଲୋକମାନଙ୍କ ପାଖରେ କିପରି ସହଜରେ ପହଂଚିପାରିବ ସେସମ୍ପର୍କରେ ଶ୍ରୀମତୀ ବିଜୟଲକ୍ଷ୍ମୀ କର ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶଦାତ୍ରୀ ବିଜୟଲକ୍ଷ୍ମୀ କର ପରିଚାଳନା କରିଥିଲେ।
ଓଡିଶା ରେଡ଼କ୍ରସ ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ପରିବାର ପରାମର୍ଶ ସମ୍ପର୍କିତ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

